ଟ୍ରାକରେ ଗଡ଼ିଲା ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ, ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଉଦ୍‌ଘାଟନ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ):  ଭୁବନେଶ୍ୱରରୁ ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେକ ପ୍ରଚଳନର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଟ୍ରେନ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି । ବିଶେଷଭାବେ କୋଇଲା ପରିବହନ ପାଇଁ ଆଲୁମିନିୟମ ରେକ୍‌ର ବ୍ୟବହାର ହେବ । ପୂର୍ବରୁ ଷ୍ଟିଲ୍‌ ବଗିରେ ମାଲ୍‌ ପରିବହନ କରାଯାଉଥିଲା ।

ଏହି ଆଲୁମିନିୟମ୍‌ ବଗି ଷ୍ଟିଲ ବଗି ତୁଳନାରେ ୧୮୦ ଟନ୍‌ ହାଲୁକା ହେବା ସହ ୫ରୁ ୧୦ ପ୍ରତିଶତ ଅଧିକ ମାଲ୍‌ ପରିବହନ କରିପାରିବ । ପୂର୍ବ ଠାରୁ କମ୍‌ ଏନର୍ଜୀ ମଧ୍ୟ ଖର୍ଚ୍ଚ ହେବ । ହିଣ୍ଡାଲକୋ ବଗି ଗୁଡିକର ନିର୍ମାଣ କରିଛି । ୬୦ ବଗି ବିଶିଷ୍ଟ ଟ୍ରେନ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଟ୍ରାକରେ ଚାଲିଛି । ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ହେବ । ରେଲେଓ୍ଵ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ । ପ୍ଲାନିଂ, ଡିଜାଇନ୍‌ ସହ ଟେଣ୍ଡର କାମ ଶେଷ ହୋଇଛି । ଖୁବଶୀଘ୍ର ଭୂମି ପୂଜନ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ସେହିପରି ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି । ୧୦୦ କିଲୋମିଟର ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ଖୁବଶୀଘ୍ର ଅନୁମତି ମିଳିଯିବ । ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ କାମ ଖୁବ ଶୀଘ୍ର ବାସ୍ତବ ରୂପ ନେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.