ସିଏବି ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ ସୌରଭ ଗାଙ୍ଗୁଲି, ଆସନ୍ତା ୨୨ ତାରିଖରେ ଦାଖଲ କରିବେ ନାମାଙ୍କନ

ନୂଆଦିଲ୍ଲୀ : ସୌରଭ ଗାଙ୍ଗୁଲି ଲଢ଼ିବେ ପଶ୍ଚିମବଙ୍ଗ କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ପଦ ନିର୍ବାଚନ । ବିସିସଆଇ ସଭାପତି ପଦ ଛାଡ଼ିବାକୁ ଯାଉଥିବା ବେଳେ ସିଏବି ସଭାପତି ନିର୍ବାଚନ ଲଢ଼ିବେ । ନିଜେ ସ୍ପଷ୍ଟ କରିଛନ୍ତି ସୌରଭ ଗାଙ୍ଗୁଲି । ଏଥିପାଇଁ ଆସନ୍ତା ୨୨ ତାରିଖରେ ନାମାଙ୍କନ ଦାଖଲ କରିବେ । ଏହାପୂର୍ବରୁ ୨୦ ତାରିଖରେ ନିଜ ପ୍ୟାନେଲ୍‌ ଚୁଡ଼ାନ୍ତ କରିବେ । ବିସିସିଆଇରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି ନହେବା ପରେ ଏବେ ସେ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ପୂର୍ବରୁ ସିଏବିର ଅଧ୍ୟକ୍ଷ ଦାୟିତ୍ୱ ବି ତୁଲାଇଛନ୍ତି ସୌରଭ ଗାଙ୍ଗୁଲି ।

୨୦୧୫ରେ ଜଗମୋହନ ଡାଲମିଆଙ୍କ ମୃତ୍ୟୁ ପରେ ଗାଙ୍ଗୁଲି ସିଏବିର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ କହିଛନ୍ତି, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ୍‌ ସଭାପତି ପଦରେ ୫ ବର୍ଷ କାମ କରି ସାରିଛନ୍ତି । ଜଷ୍ଟିସ ଲୋଧା ପ୍ୟାନେଲ ନିୟମ ଅନୁସାରେ ଆଉ ୪ ବର୍ଷ ଏହି ପଦରେ କାମ କରିପାରିବେ । ଅକ୍ଟୋବର ୨୦୧୯ରେ ବିସିସିଆଇର ସଭାପତି ହେବା ପର୍ଯ୍ୟନ୍ତ ସେ ସିଏବି ସଭାପତି ଦାୟିତ୍ୱରେ ରହିଥିଲେ । ଅକ୍ଟୋବର ୧୮ରେ ପୂର୍ବତନ କ୍ରିକେଟର ରୋଜର ବିନ୍ନି ଆନୁଷ୍ଠାନିକ ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.