ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ, ଆସନ୍ତାକାଲି ହେବେ ହାଜର

ନୂଆଦିଲ୍ଲୀ : ସିସୋଦିଆଙ୍କୁ ସମନ୍‌ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ମନୀଷ ସିସୋଦିଆଙ୍କୁ ସମନ୍‌ ଜାରି କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ପଚରା ଉଚରା କରିବା ପାଇଁ ଆସନ୍ତାକାଲି ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ ସମନ୍‌ ଜାରି ହୋଇଛି । ଏନେଇ ଟୁଇଟ୍‌ କରିଛନ୍ତି ମନୀଷ ସିସୋଦିଆ । କହିଛନ୍ତି, ୧୪ ଘଣ୍ଟା ଧରି ‘ସିବିଆଇ’ ମୋ ଘରେ ଚଢଉ କଲା, କିଛି ମିଳିଲା ନାହିଁ । ସେମାନେ ମୋ ବ୍ୟାଙ୍କ୍‌ ଲକର୍‌ ତଲାସ କଲେ, କିଛି ପାଇଲେ ନାହିଁ । ମୋ ଗାଁରେ ବି ସେମାନେ କିଛି ପାଇଲେ ନାହିଁ । ଏବେ କାଲି ସକାଳ ୧୧ଟାରେ ସିବିଆଇ ମୁଖ୍ୟାଳୟ ଡାକିଛନ୍ତି ।

ସେପଟେ ଏହାକୁ ସ୍ୱାଧୀନତାର ଦ୍ୱିତୀୟ ଲଢେଇ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ସହ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଭଗତ ସିଂ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ । ୭୫ ବର୍ଷ ପରେ, ଦେଶ ଜଣେ ଶିକ୍ଷାମନ୍ତ୍ରୀ ପାଇଛି ଯିଏ ଗରିବ ଲୋକଙ୍କୁ ଭଲ ଶିକ୍ଷା ଦେଉଛନ୍ତି । କୋଟି କୋଟି ଗରିବଙ୍କ ପ୍ରାର୍ଥନା ସିସୋଦିଆଙ୍କ ସହିତ ଅଛି ।

୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଦ୍ୱିତୀୟ ଥର ଜେରା କରିବାକୁ ଯାଉଛି । ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି । ଆଉ ଏବେ ସିସୋଦିଆଙ୍କୁ ସିବିଆଇ ଗିରଫ କରିବ ବୋଲି ଦଳ ଆଶଙ୍କା କରିଛି । ଏବେ ଯେଉଁ ସମନ ହୋଇଛି ଏହାପଛରେ ଅବକାରୀ ଦୁର୍ନୀତି ନୁହେଁ ବରଂ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି ବୋଲି ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ।

କୁହାଯାଉଥିଲା ଯେ ୧୦ହଜାର କୋଟିର ଏକ ଘୋଟାଲା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ୫୦୦ ସ୍ଥାନରେ ଚଢ଼ଉ କରିସାରିଛନ୍ତି। ସିବିଆଇ ମନୀଷ ସିସୋଦିଆଙ୍କ ଘରେ ୧୪ଘଣ୍ଟା ରହି ଯାଞ୍ଚ କଲା, ହେଲେ କୌଣସି ସ୍ଥାନରୁ କିଛି ମିଳିଲା ନାହିଁ। ଏସବୁ ଗୁଜରାଟ ନିର୍ବାଚନ ସହ ଜଡିତ। ବିଜେପି ଏବଂ ଆପ୍ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଥିବାରୁ ବିଜେପି ଭୟରେ ଏଭଳି କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.