Below header

ବିବାହର ୬ ମାସ ପରେ ଛାଡପତ୍ର ନେଇଥିଲେ ଏହି ପ୍ରସିଦ୍ଧ ସେଲିବ୍ରେଟି, ଜାଣନ୍ତୁ କାରଣ

ବିବାହ ବିଚ୍ଛେଦ ବଡ଼ କଳାକାରଙ୍କ ପାଇଁ କିଛି ନୂଆ କଥା ନୁହେଁ । ବଲିଉଡରେ ଏହି ପ୍ରକ୍ରିୟା ଜାରି ରହିଛି । ହେଲେ ବିବାହର ମାତ୍ର ୬ ମାସ ପରେ କିଛି ଅଭିନେତ୍ରୀ ଛାଡପତ୍ର ନେବା ସମସ୍ତଙ୍କୁ ଟିକେ ଅଡୁଆ ଲାଗିପାରେ । ଏମିତି କିଛି ବଲିଉଡର ପ୍ରସିଦ୍ଧ ସେଲିବ୍ରେଟି ଯିଏ କି ବିବାହର ମାତ୍ର ୬ ମାସ ପରେ ଛାଡପତ୍ର ନେଇଛନ୍ତି ଆଜି ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

କୃତିକା ଖୁରାନା :

କୃତିକା ଗତ ବର୍ଷ ସେପ୍ଟେମ୍ବର ୨୦୨୧ରେ ନିଜର ପ୍ରଶଂସକଙ୍କ ସହ ବିବାହ ଖବର ସେୟାର କରିଥିଲେ । ସେ କହିଥିଲେ ଯେ ତାଙ୍କର ବୟଫ୍ରେଣ୍ଡ ଆଦିତ୍ୟ ଛାବଡାଙ୍କ ସହ ନିର୍ବନ୍ଧ ହୋଇଗଲା, ଖୁବ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି । ଏହାପରେ ସମସ୍ତେ ତାଙ୍କ ବିବାହକୁ ଅପେକ୍ଷା କରିଥିଲେ । ଉଭୟଙ୍କ ବିବାହ ମଧ୍ୟ ଧୂମଧାମରେ ସରିଲା, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଧୂମ ଭାଇରାଲ ହେଲା ।

ହଠାତ କିଛି ଦିନ ପରେ ଉଭୟଙ୍କ ବିବାହ ବିଚ୍ଛେଦ ଖବର ସୋସିଆଲ ମିଡିଆରେ ଘୁରିବୁଲିଲା । ନିକଟରେ ଆଦିତ୍ୟ ଛାବଡା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଉଭୟଙ୍କ ସବୁ ଫଟୋ ଡିଲିଟ କରିଦେଇଥିଲେ । ପରେ କୃତିକା ମଧ୍ୟ ନିଜ ଛାଡପତ୍ର ନେବା କଥା ନିଜ ଟ୍ଵିଟର ହାଣ୍ଡେଲରେ ସେୟାର କରିଦେଲେ । ପତି ଆଦିତ୍ୟଙ୍କ ସହ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିବା ମଧ୍ୟ ନିଜ ପ୍ରଶଂସକଙ୍କୁ ଜଣାଇଦେଲେ । ଖାଲି ସେତିକି ନୁହେଁ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ ମଧ୍ୟ ସେୟାର କରିଥିଲେ । ଏଥିରେ ସେ ଲେଖିଥିଲେ ଯେ କିଭଳି ସେ ବିବାହ ପରେ ନିଜର ସବୁ ଖୁସି ତ୍ୟାଗ କରିଚାଲିଥିଲେ । ବହୁ ବଳିଦାନ ଦେଉଥିଲେ ଏହା ଭାବି ଯେ ଲୋକେ କ’ଣ ଭାବିବେ ।

ସେ ଆହୁରି କହିଥିଲେ ‘ ମୁଁ ସର୍ବଦା ରୋମାଣ୍ଟିକ ରହି ଆସିଛି ଓ ସର୍ବଦା ରହିବି । ହେଲେ ବେଳେ ବେଳେ ଆମକୁ ଜୀବନର ସବୁଠୁ କଠିନ ନିଷ୍ପତ୍ତି ନେବାକୁ ପଡିଥାଏ । ଆମକୁ ଏହାକୁ ସ୍ୱୀକାର କରିବା ଛଡା ଅନ୍ୟ ବିକଳ୍ପ ନଥାଏ । ଜୀବନର ଏହି ଯାତ୍ରା ମୁଁ ଓ ମୋ ପରିବାର ପାଇଁ ବହୁତ କଠିନ ରହିଛି, ମୋର ବିଶ୍ୱାସ ଯେ ଆପଣ ମୋର ସ୍ଥିତିକୁ ବୁଝିବେ । ଦୟାକରି ଆପଣମାନେ ମୋତେ ଆଶିର୍ବାଦ ଦିଅନ୍ତୁ,ଯେମିତି ମୁଁ ମୋର ଯାତ୍ରାରେ ସଫଳ ରୁହେ ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.