ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଉତ୍ସାହର ସହ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା

ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା, ଯେତେ ବଖାଣିଲେ ବି କମ୍‌ ହେବ । ସେଥି ପାଇଁ ତ ତାଙ୍କର ଅନେକ ନାମ ରହିଛି। ନିଜ ବାଲ୍ୟ କାଳରେ ଅନେକ ରାକ୍ଷସଙ୍କୁ ମାରି ସେ ଗୋପୁରବାସୀଙ୍କୁ ରକ୍ଷା କରିଥିଲେ। ତେବେ ତାଙ୍କୁ ଗିରି ଗୋବର୍ଦ୍ଧନ ବୋଲି ମଧ୍ୟ କୁହାଯାଏ। କାରଣ ଇନ୍ଦ୍ରଙ୍କ କୋପରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସେ ଗୋବର୍ଦ୍ଧନ ପାହାଡ଼ ନିଜ ଆଙ୍ଗୁଳିରେ ଟେକି ଧରିଥିଲେ। ସେଥିପାଇଁ ପ୍ରତିବର୍ଷ ଦୀପାବଳିରେ ଓ ଏହାର ପର ଦିନ ପାଳନ କରାଯାଏ ଗିରି ଗୋବର୍ଦ୍ଧନ ପୂଜା। ତେବେ ପ୍ରାୟ ପ୍ରତ୍ୟେକ ମନ୍ଦିରରେ ଏହି ପୂଜା କରାଯାଏ। ବୁଧବାର ଦିନ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ସାହାସପୁର ଗାଁରେ ଅନୁଷ୍ଠିତ ହୋଇଛି ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ।

ଏହି ପୂଜା ପ୍ରାୟ ୯୪ ବର୍ଷ ହେବ କରାଯାଉଛି। କରୋନା କମିବା ପରେ ଏବେ ଧିରେ ଧିରେ ବିଭିନ୍ନ ଜାନି ଯାତ୍ରା ଗୁଡ଼ିକ ପୁଣି ସ୍ୱାଭାବିକ ଭାବରେ ଆରମ୍ଭ ହୋଇଛି। ଏହି ପୂଜାକୁ ଦେଖିବାକୁ ଚଳିତ ବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଗୋଟିଏ ଦିନ ଧରି ଏହି ପୂଜା ହେଉଥିବାରୁ ଅନେକ ଦୁର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଗିରି ଗୋବର୍ଦ୍ଧନଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ଲୋକ କେବଳ ପ୍ରଭୁ ଶ୍ରୀ କୃଷ୍ନକୁ ଦେଖିବା ପାଇଁ ଏହି ସ୍ଥାନକୁ ଆସନ୍ତି। ତେବେ ଏହି ପୂଜାରେ ଗିରି ଅର୍ଥାତ ପାହାଡଙ୍କୁ ପୂଜାର୍ଚନା ମଧ୍ୟ କରାଯାଏ। ପୁଣି ଗାଈମାନଙ୍କୁ ମଧ୍ୟ ପୂଜା କରାଯାଏ।

କଥାରେ ଅଛି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଯେପରି ଲୋକଙ୍କୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ନିଜ ବାମହାତ ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନଙ୍କୁ ଉଠାଇ ଅନେକ ଲୋକଙ୍କ ଜିବନ ରକ୍ଷା କରିଥିଲେ ଠିକ ତାକୁ ମନେ ପକାଇ ଆଜିର ଦିନରେ ଏହି ପୂଜା ଏଠାରେ ଅନୁଷ୍ଠିତ ହୋଇଥାଏ। ଆସ୍ଥା ଓ ବିଶ୍ୱାସ ରଖୁଥିବା ଶ୍ରଦ୍ଧାଳୁ ମାନେ ଶହ ଶହ କିଲୋମିଟର ଦୁରରୁ ଚାଲି ଅସିଥିଲେ। ଗୋଟିଏ ଦିନ ଧରି ହେଉଥିବା ଏହି ପୂଜାରେ ଲୋକଙ୍କ ଗହଳିକୁ ଦେଖି ଅନେକ ବଜାର ମଧ୍ୟ ବସିଥାଏ। ଦୁଇ ପଇସା କମାଇବା ଆଶାରେ ଅନେକ ବ୍ଯବସାୟୀମାନେ ଏଠାକୁ ଆସି ତାଙ୍କର ବ୍ଯବସାୟ ମଧ୍ୟ କରିଥାନ୍ତି।

କେବଳ ସମ୍ବଲପୁର ନୁହେଁ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବହୁ ଆଡମ୍ବରରେ ପାଳନ କରାଯାଏ ଗିରି ଗୋବର୍ଦ୍ଧନ ପୂଜା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ଗାଁର ବରାହ ପଦର ମଠରେ ୬୭ ତମ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ବାଲ୍ୟ ଭୋଗ,ସିଂଗାର ଆଳତୀ ୧୦୮ ଗୋପଳ ସହସ୍ର ନାମ ଆହୁତ, ରାଜଭୋଗ,ଓ ଆଳତୀ ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତଙ୍କ ଦର୍ଶନ ବ୍ଯବସ୍ଥା କରାଯାଇଥିଲା।

କରୋନ କଟକଣା ପାଇଁ ଦୁଇ ବର୍ଷ ଧରି ନୀତିକାନ୍ତିରେ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ ବଡ ଧୂମଧାମରେ ପାଳନ କରୁଛନ୍ତି ମଠାଧିଶ। ଅହୋରହ ଅଖଣ୍ଡ ନାମ ସଂକିର୍ତନ୍ଯ ସାଙ୍ଗକୁ ମୀନା ବଜାର ଏବଂ ଚଟପଟି ଖାଦ୍ୟର ମଜାନେଇଥିଲେ ଦର୍ଶକ। ବାବା ଶ୍ରୀ ନୃତ୍ଯ ଗୋପାଳ ଦାସ ମହାରାଜ ଏବଂ ଶ୍ରୀ ସଦାନନ୍ଦ ଦାସ ମହାରାଜଙ୍କ ପ୍ରତକ୍ଷ ତ୍ୱାବଧାନରେ ଚାଲିଛି ଏହି ଅହୋରାତ୍ର ନାମ ସଂର୍କିତନ୍ଯ। ଦ୍ୱିତୀୟ ବୃନ୍ଦାବନ ଭାବେ ପରିଚିତ ଏହି ବରାହ ପଦର ମଠର ରହିଛି ଏକ ଭିନ୍ନ ସ୍ୱତନ୍ତ୍ରତା ।୧୯୩୯ ମସିହାରେ ଏକ ଜଙ୍ଗଲ ପରିବେଷ୍ଟନି ଏବଂ ହିଂସ୍ର ଜନ୍ତୁଙ୍କ ପ୍ରାଦୁର୍ଭାବରେ ଥିବା ଏହି ସ୍ଥାନକୁ ବୃନ୍ଦାବନରୁ ଆସିଥିବା ପ୍ରଥମ ମହାରାଜ ନିଜର କର୍ମଭୂମି ଭାବେ ବାଛି ନେଇ ଯଜ୍ଞାରମ୍ଭ କରିଥିଲେ। ୧୯୫୫ ମସିହାରେ ଦ୍ୱାଦଶ କୁଞ କରାଯାଇ ହୋମଯଜ୍ଞ ଓ ନାମଯଜ୍ଞ କରାଯାଇଥିଲା । ସେହି ଦିନ ଠାରୁ ଏଠାରେ ଅହୋରାତ୍ର ନାମଯଜ୍ଞ ସହ ଗିରି ଗୋବର୍ଦ୍ଧନ ପୂଜା ପାଳନ ହୋଇ ଆସୁଥିବା କହିଛନ୍ତି ଏଠିକାର ସ୍ଥାନୀୟ ବାସିନ୍ଦା । ଖାଲି ସେତିକି ନୂହେଁ ବରାହ ପଦର ମଠର ରହିଛି ଅନେକ କିମ୍ବଦନ୍ତୀ। ଏଠାରେ ଅନେକ କିସମର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇ ଭୋଗ ଲାଗେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.