ଗଜପତି (କେନ୍ୟୁଜ୍): ପୁଣି ଅଜଣା ଜନ୍ତୁ ଆତଙ୍କ । ଗଜପତି ଜିଲ୍ଲା କାଶୀନଗର ବ୍ଳକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଶିକାରରେ ୬୩ଟି ଛେଳିଙ୍କ ମୃତ୍ୟୁ ହୋଇଛି । ୨୮ଟି ଛେଳିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ପହଞ୍ଚି ଗୁରୁତର ଛେଳିଙ୍କ ଚିକିତ୍ସା କରିଛନ୍ତି । ଅଜଣା ଜନ୍ତୁଟି କେଉଁଠୁ ଆସିଛି, ସେନେଇ ତଦନ୍ତ କରୁଛି ବନ ବିଭାଗ । ଅନ୍ୟପଟେ ମୃତ ଛେଳିଙ୍କ ମାଲିକ କ୍ଷତିପୂରଣ ଦାବି କରିଛନ୍ତି ।