ପଥର ପରି ଟାଣ ହୋଇଗଲା ମନ୍ଦାର ଫୁଲ, ଦୃଶ୍ୟମାନ ହେଲା ଭଗବାନ ବିଷ୍ଣୁ ଓ ଶେଷନାଗଙ୍କ ସ୍ୱରୂପ! ଦୂରଦୂରାନ୍ତରୁ ଛୁଟୁଛନ୍ତି ଲୋକେ

ବିହାରର ପୂର୍ଣ୍ଣିୟା ଜିଲ୍ଲା ବାୟସୀ ବ୍ଲକ ଅଞ୍ଚଳରେ ହଠାତ୍‌ ଛୁଟିବାକୁ ଲାଗିଲା ଲୋକଙ୍କ ସୁଅ। ଖବରରୁ ଜଣାପଡ଼ିଲା କି, ଏଠାରେ ଭଗବାନ ବିଷ୍ଣୁ ଓ ଶେଷନାଗ ପ୍ରକଟ ହୋଇଛନ୍ତି। ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଗଲା ଖବର। ଦେଖଣାହାରୀଙ୍କର ନାହିଁ ନ ଥିବା ଭିଡ଼। ଏ ପ୍ରକାରର ଆକୃତି ଦର୍ଶନ କରି ଲୋକେ ନିଜକୁ ଧନ୍ୟ ମନେ କଲେ। ଆଉ ତା’ ପରେ ପୂଜାପାଠ ବି ଆରମ୍ଭ ହୋଇଗଲା। ଆସନ୍ତୁ ଜାଣିବା ପ୍ରକୃତରେ କ’ଣ ଘଟିଥିଲା ସେଠାରେ।

ବାୟସୀ ବ୍ଲକ ଚୌପଡ଼ା ପଞ୍ଚାୟତର ରହୁଆ ଗାଁରେ ଜଣଙ୍କ ଘର ପାଖରେ ଥିଲା ଏକ ମନ୍ଦାର ଗଛ। କିନ୍ତୁ ଏହି ଫୁଲଗଛକୁ ହଠାତ୍‌ କାଟି ଦେବା ପରେ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଘଟିଲା। ଫୁଲରେ ଏକ ଅଜବ ଆକୃତି ଦେଖାଗଲା, ଭଗବାନ ବିଷ୍ଣୁ ଓ ଶେଷନାଗଙ୍କ ସ୍ୱରୂପ ପରି ଦୃଶ୍ୟମାନ ହୋଇଥିଲା। ମନ୍ଦାର ଫୁଲଟି ବିଷ୍ଣୁ ଓ ଶେଷନାଗଙ୍କ ସ୍ୱରୂପ ଭଳି ଦେଖା ଯାଉଥିବାରୁ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଆଉ ସେହି ଘର ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଘର ମାଲିକ ଭୋଳା ଶର୍ମା କହିଛନ୍ତି ଯେ ତାଙ୍କ ଘର ପାଖରେ ଏକ ପୁରୁଣା ମନ୍ଦାର ଫୁଲଗଛ ରହିଥିଲା, ଯେଉଁଠି ଏକ ସାପ ଅନେକ ଦିନ ଧରି ରହି ଆସୁଥିଲା। ସାପର ଯିବାଆସିବା ଲାଗି ରହୁଥିଲା। ଯେତେବେଳେ ସ୍ଥାନୀୟ ଲୋକେ ଏ ବିଷୟରେ ଜାଣିବାକୁ ପାଇଲେ, ତ ସାପ ଭୟରେ ମନ୍ଦାର ଗଛଟିକୁ କାଟି ପକାଇଥିଲେ। କିନ୍ତୁ ଏହା ପରେ ବି ସାପମାନେ ସେହି ସ୍ଥାନକୁ ଯିବାଆସିବା ଜାରି ରଖିଥିଲେ।
ଶର୍ମା କହିଥିଲେ କି, କିଛି ଦିନ ପରେ ଏଠାରେ ଧଳା ରଙ୍ଗର କୌଣସି ଅଦ୍ଭୁତ ଜିନିଷ ବଢ଼ିବାକୁ ଲାଗିଲା। ଏହାକୁ ବି ସ୍ଥାନୀୟ ଲୋକେ ବାହାର କରି ଫିଙ୍ଗି ଦେଇଥିଲେ। କିଛି ନା କିଛି ଜିନିଷ ସେଠାରେ ଉଠିବା ଏବଂ ଗ୍ରାମବାସୀ ତାହାକୁ ଫୋପାଡିବା ପ୍ରକ୍ରିୟା ଜାରି ରହିଲା।

ଶର୍ମାଙ୍କ ସ୍ତ୍ରୀ ରସିଆ ଦେବୀ କହିଛନ୍ତି ଯେ ଥରେ ସେ ଗଛର ଫୁଲକୁ ବାହାର କରି ସେହି ସ୍ଥାନରେ ରଖି ଦେଇଥିଲେ। ପରେ ଧଳା ରଙ୍ଗର ଫୁଲ, ଲାଲ ରଙ୍ଗରେ ପରିବର୍ତ୍ତନ ହୋଇଥିଲା ଏବଂ ଧୀରେ ଧୀରେ ତାହା ଟାଣ ହୋଇଗଲା। କିଛି ଲୋକ ବିଶ୍ୱାସ କରନ୍ତି ଯେ ଭଗବାନ ବିଷ୍ଣୁ ଓ ଶେଷନାଗଙ୍କ ଆକୃତି ଏହି ଫୁଲରେ ପ୍ରକଟ ହୋଇଛି, ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସିବା ଆରମ୍ଭ କରିଛନ୍ତି। ପୂଜା ସହିତ ଭୋଗ, ନୈବେଦ୍ୟ ମଧ୍ୟ ଅର୍ପଣ କରାଯାଉଛି।

ଦୂର ଗ୍ରାମରୁ ଆସିଥିବା ରାମଜୀ ଶର୍ମା କହିଛନ୍ତି, ରହୁଆ ଗାଁରେ ଏପରି ଅଦ୍ଭୁତ ଘଟଣାକ୍ରମ ବିଷୟରେ ଜାଣି ନିଜକୁ ଆଉ ରୋକି ପାରିଲି ନାହିଁ। ଭଗବାନଙ୍କ ଆକୃତି ଦେଖି ସେ କହିଥିଲେ କି, ଫୁଲର ଆକୃତି ଅବିକଳ ନକଲ ଭଗବାନ ବିଷ୍ଣୁ ଓ ଶେଷନାଗଙ୍କ ପରି ଦେଖାଯାଉଛି, ଯେପରି ଲାଗୁଛି ଭଗବାନ ବିଷ୍ଣୁ ଶେଷନାଗଙ୍କ ଛାଇରେ ବିଶ୍ରାମ ନେଉଛନ୍ତି। ଆସ୍ଥାବାନ୍‌ ଲୋକେ ଏହାକୁ ଦେଖି ଖୁସିରେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.