ଗ୍ରୀନ ଶାଢ଼ୀରେ ସଜେଇ ହୋଇଛନ୍ତି ବଲିଉଡ କୁଇନ୍‌ ଉର୍ବଶୀ ରୌତେଲା,ଲୁକ୍‌ ଦେଖି ଫ୍ୟାନ୍ସ ହେଲେ ଦିଓ୍ଵାନା

କେନ୍ୟୁଜ୍‌ : ବଲିଉଡରେ ଯେତେ ଅଭିନେତ୍ରୀ ଅଛନ୍ତି,ସମସ୍ତଙ୍କ ଭିତରୁ ସବୁବେଳେ ଇଣ୍ଟରନେଟ୍‌ରେ ସେନ୍ସେସନ ବନୁଥିବା ଉର୍ବଶୀ ରୌତେଲା ପୁଣି ଏବେ ଇଣ୍ଟରନେଟ୍‌ରେ ଛାଇ ହୋଇ ଯାଇଛନ୍ତି ।ସେ ଯେଉଁ ଅବତାରରେ ନଜର ଆସିଛନ୍ତି ଦର୍ଶକ ତାଙ୍କଠୁ ନଜର ହଟାଇ ପାରୁନାହାଁନ୍ତି ।ଉର୍ବଶୀ ଗ୍ରୀନ ଶାଢ଼ୀରେ ଏତେ ଆକର୍ଷଣୀୟ ଦେଖା ଯାଉଛନ୍ତି କି,ପୁରା ଇଣ୍ଟରନେଟ୍‌ରେ ଧମାଲ ମଚାଉଛନ୍ତି । ଉର୍ବଶୀ ନିଜର ଇନ୍‌ଷ୍ଟା ପ୍ରୋଫାଇଲରେ ତାଙ୍କର ଏହି ଲୁକ କୁ ସେୟାର କରିଥିଲେ ।ସେ ଗ୍ରୀନ ଶାଢ଼ୀ ସାଙ୍ଗକୁ ନିଜର ଗ୍ରୀନ୍‌ ମ୍ୟାଚିଂ ବ୍ଲାଉଜରେ ତାଙ୍କର ଲୁକକୁ କମ୍ପ୍ଲିଟ୍‌ କରିଛନ୍ତି ।ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଏହି ଫଟୋ ସମସ୍ତଙ୍କୁ ମତୁଆଲା କରିଛି । ତାଙ୍କର ଏହି ଲୁକ୍‌ ଦର୍ଶକଙ୍କୁ ଟାଣି ଆଣୁଛି ତାଙ୍କୁ ଦେଖିବା ପାଇଁ ।

ଉର୍ବଶୀ ରୌତେଲା ୨୫ ଫେବୃଆରୀ ୧୯୯୪ରେ ଜନ୍ମ ହୋଇଥିଲେ । ସେ ହିନ୍ଦୀ ଫିଲ୍ମରେ ୨୦୧୩ରେ ସନ୍ନି ଦେଓ୍ଵଲଙ୍କ ସହିତ ‘ସିଂ ସାବ୍‌ ଦ ଗ୍ରେଟ୍‌’ରୁ ତାଙ୍କର କେରିଅର ଆରମ୍ଭ କରିଥିଲେ । ୨୦୧୬ ମସିହାରେ ରେ ‘ସନମ ରେ’ ଏବଂ ଗ୍ରେଟ୍‌ ଗ୍ରାଣ୍ଡ ମସ୍ତି ଦୁଇଟି ଫିଲ୍ମରେ ନଜର ଆସିଥିଲେ । ତା ପରେ ହେଟ୍‌ ଷ୍ଟୋରୀ-୪ ଏବଂ ‘ପାଗଳପନ୍ତୀ’ରେ ଅଭିନୟର ଯାଦୁ ଦେଖାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.