ଯାଜପୁର: ବଡ଼ଚଣା ଛକ ନିକଟରେ ଟ୍ରକ ପଛକୁ ପିଟିଲା କାର, ୪ଗୁରୁତର  

ଯାଜପୁର(କେନ୍ୟୁଜ୍):  ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ପିଟିଲା କାର। ଫଳରେ ୪ଜଣ ଗୁରୁତର ଆହତ। ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ। ଗତକାଲି ରାତିରେ କଟକରୁ ପାଣିକୋଇଲି ଅଭିମୁଖେ ଆସୁଥିବା ଏକ କାର ବଡ଼ଚଣା ଛକ ନିକଟରେ ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ୪ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ଆହତ ମାନଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବଡ଼ଚଣା ପୋଲିସ ଘଟଣାର ତଦନ୍ତ କରୁଛି। ଆହତ ମାନେ କୁଆଖିଆ ଥାନା ଅଂଚଳର  ହୋଇଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.