ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ ଭାରତ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ୩ ଟିକିଆ ଟି-୨୦ ସିରିଜ୍‌ । ଦିନ ୧୨ଟାରେ ୱେଲିଂଟନରେ ହେବ ଲଢେଇ । ଏଥିପାଇଁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଦଳ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ । ପ୍ରଥମ ମ୍ୟାଚ ଜିତି ଘରୋଇ ଟିମ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିବ ।

ସେହିପରି ଘରୋଇ ମାଟିରେ ଦମ ଦେଖାଇବାକୁ କିଓ୍ଵି ଟିମର ଲକ୍ଷ୍ୟ । ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି ଭାରତ । ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟରେ ଆୟର୍ଲାଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାପଟେନସିପ ଭାର ସମ୍ଭାଳିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ଖେଳିଲେ ଭବିଷ୍ୟତରେ ହାର୍ଦ୍ଦିକଙ୍କୁ ମିଳିପାରେ ବଡ଼ ଦାୟିତ୍ୱ । ଇଣ୍ଡିଆ ସ୍କ୍ଵାଡରେ ଅଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା, ଶୁବମନ ଗିଲ୍‌ , ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ଦୀପ ହୁଡା, ୱାସିଂଟନ୍‌ ସୁନ୍ଦର, ଋଷଭ ପନ୍ତ, ଈଶାନ କିଶନ, ସଞ୍ଜୁ ସାମ୍‌ସନ, ୟୁଝବେନ୍ଦ୍ର ଚହଲ,କୁଲ୍‌ଦୀପ ଯାଦବ, ହର୍ଷଲ ପଟେଲ,ମହମ୍ମଦ ସିରାଜ,ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ଓ ଉମ୍ରାନ୍‌ ମଲ୍ଲିକ ।

ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ବିଦାୟ ନେଇଥିଲେ ଭାରତ ଓ ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ -ପାକିସ୍ତାନ ଠାରୁ ଓ ଭାରତ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ହାରି ବିଶ୍ୱକପ ଅଭିଯାନ ଶେଷ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.