ଫିଫା ବିଶ୍ୱକପ ଷ୍ଟାଡିୟମରେ ଗୁଞ୍ଜରିତ ହେଲା ପ୍ରତିଧ୍ୱନି ,‘ଆମକୁ ବିୟର ଦରକାର’, ଭାଇରାଲ ହେଉଛି ଭିଡିଓ
କେନ୍ୟୁଜ୍: ଆରମ୍ଭ ହୋଇଯାଇଛି ଫିଫା ଫୁଟ୍ ବଲ ମହାସମର । ନଭେମ୍ବର ୨୦ (ରବିବାର ) ଦିନ ଏହାର ଉଦ୍ଘାଟନୀ ମ୍ୟାଚ୍ ଆରମ୍ଭ ହୋଇ ଯାଇଛି । ପ୍ରଥମ ମ୍ୟାଚ୍ରେ ଇକ୍ୱାଡର ସହିତ କାତାରର ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚ୍ରେ କାତାରର ପରାଜୟ ହୋଇଥିଲା । ଏହି ଫିଫା ବିଶ୍ୱକପ ଫୁଟ୍ବଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଥିବା ବେଳେ ଏହି ବିଶ୍ୱକପରେ ଏମିତି କିଛି ଘଟଣା ଘଟୁଛି ଯାହା ଏହି ବିଶ୍ୱକପକୁ ଅହୁରି ଚର୍ଚ୍ଚାକୁ ଆଣୁଛିସେହି ପରି ଏକ ଘଟଣା ଉଦ୍ଘାଟନୀ ମ ୍ୟାଚ୍ ରେ ଘଟିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଫା ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଲୋକମାନେ ହଠାତ୍ ଏକ ସ୍ୱରରେ କହି ଉଠିଥିଲେ, ‘ଆମକୁ ବିୟର ଦରକାର’ । ଏହି ସ୍ୱର ଥରେ କି ଦୁଇ ଥର ନୁହେଁ ଅନେକ ସମୟ ପର୍ଯ୍ୟନ୍ତ ଷ୍ଟାଡିୟମରେ ଗୁଞ୍ଜରିତ ହୋଇଥିଲା । ତେବେ ଏମିତି ଏକ ଅଜବ ସ୍ଲୋଗାନ୍ କାହିଁକି ଲୋକମାନେ ଦେଉଥିଲେ । ହଠାତ୍ ଏମିତି କଣ ହେଲା ଯେ ଦର୍ଶକମାନେ ଏମିତି ଦାବି କଲେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ଏହି ଭାଇରାଲ ଭିଡିଓରେ ଲୋକ ମାନେ, ‘ ଆମକୁ ବିୟର ଦରକାର’ ସ୍ଲୋଗାନ୍ା ଦେବା ସହିତ ବ୍ୟାନର, ପୋଷ୍ଟର ମଧ୍ୟ ଧରିଛନ୍ତି । ଏହି ପରି ପ୍ରତିଧ୍ୱନି ଶୁଣି ଆୟୋଜକ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଫୁଟ୍ ବଲ ବିଶ୍ୱକପ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା ଯେଉଁ ବିଶ୍ୱକପରେ ବିୟରକୁ ବ୍ୟାନ କରାଯାଇଛି । ଦୁଇ ଦିନ ପୂର୍ବରୁ ଷ୍ଟାଡିୟମ ପରିସରରେ ବିୟର ବିକ୍ରି ନହେବା ପାଇଁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏହି ବିଶ୍ୱକପରେ କେବଳ ଆଲକୋହଲ ନଥିବା ବିୟର ବିକ୍ରି ହେବାର ଅନୁମତି ଦିଆଯାଇଥିଲା । ଏହି ସୂଚନା ପିଫା ଦେଇଥିଲା । ଏହି ସ ୂଚନା ମିଳିବା ପରେ ଦର୍ଶକମାନେ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଏହି ସ୍ଲୋଗାନ୍ ଦେଇ ବିରୋଧ କରିଥିଲେ ।
La hinchada #ECU ya tiene el primer hit del #FIFAWorldCup : “Queremos cerveza, queremos cerveza” pic.twitter.com/Pk91fYLug5
— Javier Lanza (@javierlanza) November 20, 2022
କାହିଁକି ବିୟର ବ୍ୟାନ୍ କରାହେଲା :
ଫିଫା ଏବଂ ଷ୍ଟାଡ଼ିୟମ କର୍ତ୍ତୃପକ୍ଷଙ୍କ ବିଚାର ବିମର୍ଷ ପରେ ଏହି ନିୟମକୁ ଲାଗୁ କରା ଯାଇଥିଲା । କେବଳ ଷ୍ଟାଡିୟମରେ ନୁହେଁ ବରଂ ଷ୍ଟାଡିୟମ ପରିସରରେ ଏହାକୁ ମଧ୍ୟ ବ୍ୟାନ୍ କରାଯାଇଥିଲା । ଏହାର ପ୍ରକୃତ କାରଣ କ’ଣ ପଡ଼ିନାହିଁ । କିନ୍ତୁ କୁହାଯାଉଛି ଏହା ଏକ ମୁସଲମାନ ବହୁଳ ଦେଶ ହୋଇଥିବାରୁ ଏଥିରେ ତାଙ୍କର ପାରମ୍ପରିକ ନିୟମ ଅନୁସାରେ ଏହାକୁ କରାଯାଇଛି ।
ପୁଣି କୁହାଯାଉଛି ଏହି ଭିଡିଓ ଭାଇରାଲ ହେବା ପରେ ଖେଳ ଆୟୋଜକ ଦେଶକୁ କ୍ଷତି ହେବାର ସମ୍ଭାବନା ରହିଛି । କାରଣ ଫୁଟ୍ବଲ ଇତିହାସରେ ୯୨ ବର୍ଷ ପରେ ଆରବ ଦେଶକୁ ଖେଳ ଆୟୋଜନ କରିବା ପାଇଁ ସୁଯୋଗ ମିଳିଛି । ଯଦି ଦର୍ଶକ ମାନଙ୍କର ଏଭଳି ବିରୋଧ ଲାଗି ରହେ କିମ୍ବା ଏହି ଭିଡିଓ ଭରଇରାଲ ହେବା ପରେ ଏହାର ଖରାପ ପ୍ରଭାବ ପଡ଼େ ତେବେ ବିଶ୍ୱକପକୁ ଫେରାରଇ ନିଆଯିବାର ସମ୍ଭାବନା ରହିଛି । ଦେଖିବାକୁ ବାକି ରହିଲା ଫିଫା ଏବଂ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ବୁଝାବଣାରେ ଏହି ସମସ୍ୟାରେ ସମାଧାନ କେମିତି ହେଉଛି ।