ଗାଁ ଦାଣ୍ଡରେ ବୁଲୁଛି ଭାଲୁ! ଲୋକଙ୍କ ହାତରୁ ଖାଉଛି ଖାଦ୍ୟ

ନୂଆପଡ଼ା(କେନ୍ୟୁଜ୍): ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ଆଜି ସକାଳୁ ଭାଲୁଟି ଖାଦ୍ୟ ଅନେ୍ଵଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା। ଭାଲୁଟି ଗାଁ ଲୋକଙ୍କୁ ଦେଖି ଗାଁ ଦାଣ୍ଡକୁ ଚାଲି ଆସିଥିଲା। ବର୍ତ୍ତମାନ ଗାଁ ଦାଣ୍ଡରେ ଘୁରି ବୁଲୁଛି ଭାଲୁ। ଗାଁର ଯୁବକମାନେ ନଡ଼ିଆ, କଦଳୀ ଖାଇବାକୁ ଦେଉଛନ୍ତି। ଯୁବକଙ୍କ ହାତରୁ ଭୋକିଲା ଭାଲୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସାଲିହା ଜଙ୍ଗଲକୁ ବନ ବିଭାଗ ଭାଲୁ କରିଡର ଘୋଷଣା କରିଛନ୍ତି। ଏହି ଜଙ୍ଗଲକୁ କଣ୍ଟାତାରରେ ପାଚେରୀ ଦିଆଯାଇଥିଲ। ଏବେ ପାଚେରୀ ଭାଙ୍ଗି ଯାଇଥିବାରୁ ଭାଲୁ ସହଜରେ ବାହାରକୁ ଆସି ଗାଁ ମୁହାଁ ହେଉଛି। ଭାଲୁକୁ ଖାଦ୍ୟ ଯୋଗାଇ ଦେବା ସହ ଭାଲୁ ଓ ଗାଁ ଲୋକଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.