Below header

ପଲିଗ୍ରାଫ୍‌ ଟେଷ୍ଟରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନରେ ଆଫ୍‌ତାବଙ୍କୁ ଆସିଲା ଜ୍ୱର, ଅଧିକାରୀଙ୍କୁ ମାଗିଲେ ସିଗାରେଟ୍‌

ଶ୍ରଦ୍ଧା ଓ୍ଵାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି। ଏହି ସମୟରେ ସେ ଅଧିକାରୀଙ୍କ ପ୍ରଶ୍ନରେ ବୁଲାଇ ବୁଲାଇ ଉତ୍ତର ଦେଇଥିଲେ। ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍‌ ସୂତ୍ରରୁ ଜଣାପଡ଼ିଛି, ଆଫ୍‌ତାବଙ୍କ ଅଙ୍ଗଭଙ୍ଗୀ ଦେଖି ଲାଗୁ ନ ଥିଲା କି, ସେ କୌଣସି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ତାଙ୍କ ଉତ୍ତରରୁ ଲାଗୁଥିଲା ଯେ ତାଙ୍କୁ ନିଜ କଲା କର୍ମ ଉପରେ ଟିକିଏ ବି ଅନୁତାପ ନାହିଁ।

ପଲିଗ୍ରାଫ ଟେଷ୍ଟ ଆରମ୍ଭରେ ଅଭିଯୁକ୍ତ ଆଫ୍‌ତାବ ପ୍ରଶ୍ନର ଉତ୍ତର ତରବରିଆ ଭାବରେ ଦେଉଥିଲେ, କିନ୍ତୁ ଯେତେବେଳେ ଶ୍ରଦ୍ଧାଙ୍କ ସହ ଜଡ଼ିତ ଗଭୀର ରହସ୍ୟ ବିଷୟରେ ପଚରା ଯାଇଥିଲା, ତ ଜ୍ୱର ହେବା କଥା କହି ସେ ପ୍ରଶ୍ନର ଉତ୍ତର ଏଡ଼ାଇ ଦେବାକୁ ଲାଗିଥିଲେ। ପଚରାଉଚରା ବେଳେ ଆଫ୍‌ତାବ କହିଥିଲେ କି, ତାଙ୍କୁ ଜ୍ୱର ହୋଇଛି।

ଏହି ସମୟରେ ସେ ଟିମକୁ କହିଥିଲେ ଯେ ଯେତେବେଳେ ସେ ସବୁ କିଛି କହି ସାରିଛନ୍ତି, ତ ପୁଣି ପୋଲିସ ତାଙ୍କୁ କାହିଁକି ଏଠାକୁ ନେଇ ଆସିଛି। ପଲିଗ୍ରାଫ ଟେଷ୍ଟରେ ଆଫ୍‌ତାବ କହିଥିଲେ, ତାଙ୍କୁ କ୍ରାଇମ୍‌, ଥ୍ରୀଲର ଆଧାରିତ ଫିଲ୍ମ ଦେଖିବାକୁ ପସନ୍ଦ ଲାଗେ। ପଚରାଉଚରା ବେଳେ ସେ ଅଧିକାରୀଙ୍କୁ ସିଗାରେଟ ମଧ୍ୟ ମାଗିଥିଲେ। କହି ରଖୁଛୁ, ଆଫ୍‌ତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ ରୋହିଣୀରେ ଚାଲିଛି।

ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଅଧିକାରୀଙ୍କ ମୁତାବକ, ଜ୍ୱର ଥିବାରୁ ବୁଧବାର ଆଫ୍‌ତାବଙ୍କ ଟେଷ୍ଟ ହୋଇପାରି ନ ଥିଲା। ଆମ୍ବେଦକର ହସ୍ପିଟାଲର ସୂତ୍ର ଅନୁସାରେ, ଆଫ୍‌ତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ ପୂରା ହେବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ, ଯାହାର ରେଜଲ୍ଟ ଦୁଇ ଦିନ ମଧ୍ୟରେ ଆସିପାରେ। ମେଡିକାଲ ରିପୋର୍ଟ ଆସିବା ପରେ ହିଁ ଆଫ୍‌ତାବଙ୍କ ନାର୍କୋ ଟେଷ୍ଟ କରାଯାଇପାରେ। ସୋମବାର ଆଫ୍‌ତାବଙ୍କ ନାର୍କୋ ଟେଷ୍ଟ ହେବାର ସମ୍ଭାବନା ରହିଛି।

କହି ରଖୁଛୁ, ପଲିଗ୍ରାଫ ଟେଷ୍ଟରେ ବ୍ଲଡ୍‌ ସୁଗାର, ସ୍ନାୟୁ ଏବଂ ନିଶ୍ୱାସ ପ୍ରଶ୍ୱାସର ଗତି ହିସାବରେ ବଡି ଆକ୍ଟିଭିଟିକୁ ରେକର୍ଡ କରାଯାଇଥାଏ ଏବଂ ପତ୍ତା ଲଗାଯାଇଥାଏ କି, ବ୍ୟକ୍ତି ପ୍ରଶ୍ନର ଉତ୍ତର ଠିକ୍‌ ଭାବରେ ଦେଉଛି କି ନାହିଁ। ସେପଟେ ନାର୍କୋ ଟେଷ୍ଟରେ ବ୍ୟକ୍ତିର ଚେତନାକୁ ଏକଦମ୍‌ କମ୍‌ କରି ଦିଆଯାଇଥାଏ, ଯଦ୍ଦ୍ଵାରା ସେ ଖୋଲାଖୋଲି ଭାବରେ ନିଜ ଭିତରର କଥା କହିପାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.