ମୁମ୍ବାଇରେ ରଣବୀର-ଦୀପିକାଙ୍କ ନୂଆ ଘର # ଦୀପବୀର, ଦାମ ଜାଣିଲେ ହୋଇଯିବେ ଚକିତ,ଦେଖନ୍ତୁ ଭିଡିଓ

ସେଲିବ୍ରେଟିଙ୍କ ଘର ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ରହିଥାଏ । ବଲିଉଡର ଏହି ଅଭିନେତାଙ୍କ ଆଲିଶାନ ବଙ୍ଗଳା କଥା ତ ନ କହିବା ଭଲ । ଏହାର ଦାମ ଜାଣିଲେ ଆଖି ଖୋସି ହୋଇଯିବ । ନିକଟରେ ବଲିଉଡ ଷ୍ଟାର ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ମୁମ୍ବାଇରେ କିଣିଛନ୍ତି ନୂଆଘର ।
ଏହି ଘର ଅଭିନେତା ଶାହାରୁଖ ଖାନ୍ ଓ ସଲମାନ ଖାନଙ୍କ ପ୍ଲଟ ମଝିରେ ଥିବା ଜଣାଯାଇଛି । ଏହି ନୂଆ ଘରର ଏକ ଭିଡିଓ ମଧ୍ୟ ରଣବୀର ଓ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗତକାଲି ଅର୍ଥାତ ୨୪ ନଭେମ୍ବରରେ ଛାଡିଛନ୍ତି । ଭିଡିଓରୁ ଜଣାଯାଇଛି ଯେ ଏହି ବିଲ୍ଡିଂ ଏବେ ନିର୍ମାଣଧୀନ ରହିଛି । ଏହି ବଲ୍ଡିଂର ମେନ ଗେଟରେ ଏକ ଏଲ୍ଇଡି ଟିଭି ଲଗାଯାଇଛି । ଏଥିରେ ଲଗାତାର ଦେଖାଯାଉଛି ଯେ ଘରଟି ନିର୍ମାଣ ପରେ କେମିତି ଲାଗିବ ।
ଅଗଷ୍ଟ ମାସରେ ବି କିଣିଥିଲେ ଏକ ଫ୍ଲାଟ୍
ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଦୀପିକା-ରଣବୀର ମୁମ୍ବାଇ ରେସିଡେନ୍ସିଆଲ ଟାଓ୍ଵାର ‘ସାଗର ରେଶମ’ ରେ ସାଗର ମୁହାଁ ଏକ ଆପାର୍ଟମେଣ୍ଟ କିଣିଥିଲେ । ହେଲେ ରଣବୀର –ଦୀପିକାଙ୍କ ଏହି ଆପାର୍ଟମେଣ୍ଟ ସଲମାନ ଖାନ୍ ଓ ଶାହାରୁଖ ଖାନ୍ ଙ୍କ ପ୍ଲଟ ମଝିରେ ଥିବା ଜଣାଯାଇଛି । ଏହାକୁ ୧୧୯ କୋଟି ଟଙ୍କାରେ କିଣିଛନ୍ତି ଏହି ଷ୍ଟାର ଦମ୍ପତି ।
View this post on Instagram
ଏହି ଆପାର୍ଟମେଣ୍ଟ ୧୧,୨୬୬ ବର୍ଗ ଫୁଟ ଜମି ଉପରେ ଅବସ୍ଥିତ ଥିବା ବେଳେ ଆପାର୍ଟମେଣ୍ଟର ଛାତ ଏରିଆ ୧୩୦୦ ବର୍ଗଫୁଟ ଥିବା ଜଣାଯାଇଛି । ରଣବୀରଙ୍କ ଏହି ଆପାର୍ଟମେଣ୍ଟରେ ୧୯ ଟି ଗାଡି ପାର୍କିଂ କରିବାର ସୁବିଧା ରହିଛି । ଏଥିରେ ଦିଆଯାଇଥିବା ଏହି ଆପାର୍ଟମେଣ୍ଟର ଭିଡିଓ ଥରେ ଦେଖିବାକୁ ଭୁଲନ୍ତୁ ନାହିଁ ।