୩୦୦ ଟଙ୍କା କମିଲା ସୁନା ଦର, କିଣିବାକୁ ଯଦି ଚାହୁଁଛନ୍ତି ଜଲଦି କିଣନ୍ତୁୁ

ବାହାଘର ସିଜନ୍ ଆସିବା କାରଣରୁ ପୁଣିଥରେ ସୁନା ଏବଂ ରୁପା ଦାମ ବଢିବା ଏବଂ କମିବାରେ ଲାଗିଛି । ଗତ କିଛିଦିନ ହେଲାଣି ଏହାର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆପଣ ଯଦି ଆଜି ଦୋକାନକୁ ଯାଇ ସୁନା କିଣିବାକୁ ମନ ବଳାଇଛନ୍ତି, ତେବେ ପୂର୍ବରୁ ଜାଣି ରଖନ୍ତୁ କେତେ ରହିଛି ଦାମ୍ । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦଶଗ୍ରାମ୍ ପ୍ରତି ଗତକାଲି ଠାରୁ ୩୦୦ ଟଙ୍କା ହ୍ରାସ ପାଇ ୪୯,୩୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ଦଶଗ୍ରାମ୍ ପ୍ରତି ଗତକାଲି ଠାରୁ ୩୩୦ ଟଙ୍କା ହ୍ରାସ ପାଇ ୫୩,୭୮୦ ଟଙ୍କା ରହିଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୯,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୧୧୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୯,୬୦୦ ଟଙ୍କା ଓ ୫୪,୧୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୭୫୦ ଟଙ୍କା ଓ ୫୪,୨୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୫୦,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୫,୦୪୦ ଟଙ୍କା ଥିବା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୬୦୦ ଟଙ୍କା ଓ ୫୪,୧୧୦ ଟଙ୍କା ରହିଛି । ସେହିପରି ଆଜି ରୁପା ମୂଲ୍ୟ ମଧ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୬,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.