୨୦୨୩ରେ ବଦଳିଯିବ ପୃଥବୀର କକ୍ଷ, ମରିଯିବେ ଅନେକ ଲୋକ, ଜାଣନ୍ତୁ ୨୦୨୩ରେ ଘଟିବାକୁ ଥିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ। ତାଙ୍କର ପ୍ରତ୍ୟେକଟି କଥା ହୋଇ ଚାଲିଛି ସତ। ଏହି ସତ କାହାଣୀ ରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଧ। ଆସନ୍ତା ବର୍ଷ ୨୦୨୩କୁ ନେଇ ମଧ୍ୟ ବାବା ଭେଙ୍ଗା କରିଛନ୍ତି ଭବିଷ୍ୟବାଣୀ। ଯାହା ରହିଛି ପୁରା ଭୟାନକ। ଏହାକୁ ଜାଣିଲେ ଆପଣ ମଧ୍ୟ ଡରିଯିବେ।

ବାବା ଭେଙ୍ଗା ପୂର୍ବରୁ ମଧ୍ୟ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି । ତାଙ୍କ ଭବିଷ୍ୟବାଣୀ ଶୁଣି ଅନେକ ଡ଼ରିଯାନ୍ତି । ଭେଙ୍ଗାଙ୍କର ଅନେକ ଭବିଷ୍ୟ ବାଣୀ ସତ ମଧ୍ୟ ହୋଇସାରିଛି ।ବାବା ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ କରି ୧୯୯୬ରେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ବହୁତ ପ୍ରସିଦ୍ଧି ଲାଭ କରିଥିଲେ। ବୁଲଗେରିଆ ଅଞ୍ଚଳର ରହସ୍ୟବାଦୀ ବାବା ଭେଙ୍ଗା ଆଜି ମଧ୍ୟ ବେଶ ଜଣାଶୁଣା। ଶୁଣିବାକୁ ମିଳେ ଯେ ଭେଙ୍ଗା ବାବା ନିଜ ବହିରେ ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ପୁସ୍ତକରେ ଏମିତି ବି ଲେଖା ଥିବାର ମନାଯାଏ ଯେ ସେ ୯ ରୁ ୧୧ ମଦ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ president ବନିବା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ।

ସେ ଚଳିତ ବର୍ଷ ୨୦୨୨ ପାଇଁ ମଧ୍ୟ ଅନେକ ଭବିଷ୍ୟବାଣୀ କରିଯାଇଥିଲେ ।ଯାହାକି ସତ ହୋଇଛି। ଏହାସହିତ ବାବା ଆସନ୍ତା ବର୍ଷ ୨୦୨୩କୁ ନେଇ ମଧ୍ୟ କିଛି ଆକଳନ କରିଛନ୍ତି ।ଏବେ ଏହା କେତେ ମାତ୍ରାରେ ସତ କି ମିଛ ହେବ ତାହା କେବଳ ସମୟ ହିଁ କହିପାରିବ। ବାବା ଭେଙ୍ଗା ନିଜର ଏହିସବୁ ଭବିଷ୍ୟବାଣୀରେ କୌଣସି ରେକର୍ଡ କରିନଥିଲେ ତେଣୁ ଏହାକୁ ନେଇ ଅନେକ ବିତର୍କ ମଧ୍ୟ ଦେଖିବାକୁ ମିଳେ।

ଆଗକୁ ଆସୁଛି ସୌର ଝଡ଼:
ବାବା ଭେଙ୍ଗାଙ୍କ ଆକଳନ ଅନୁଯାୟୀ ୨୦୨୩ରେ ସବୁଠୁ ବଡ଼ ଚିନ୍ତା ଜନକ ବିଷୟ ହେଉଛି ସୌର ଝଡ଼କୁ ନେଇ.. ଯାହାକି ବିନାଶର କାରଣ ମଧ୍ୟ ହୋଇପାରେ। ସୌର ଝଡ଼ର ମାନେ ସୂର୍ଯ୍ୟଙ୍କ ଠୁ ବାହାରୁଥିବା ତୀବ୍ର ଉର୍ଜା। ଯାହାକି ବିସ୍ପୋଟକ ଭାବେ ସାମ୍ନାକୁ ଆସିଥାଏ। ଏଥିରେ ଅନେକ ଭୟଙ୍କର ରାଡ଼ିଏସନ ରହିଛି ଯାାହାକି ସିଧା ଆସି ପୃଥିବୀ ଉପରେ ପଡ଼ିବ। ଏହାର ପ୍ରଭାବ ପରମାଣୁ ବୋମାଠୁ ବି ଅଧିକ ରହିବ।

ପୃଥିବୀକୁ ଆସିବେ ଏଲିୟନ:
ଆଉ ଏକ ବଡ଼ କଥା ଭେଙ୍ଗା କହିଛନ୍ତି ଯେ ପୃଥିବୀକୁ ଏଲିୟନ୍ସ ଆସିପାରନ୍ତି। ଭବିଷ୍ୟବାଣୀ ମୁତାବିକ ଏହିସମୟରେ ପୃଥିବୀ ଅନ୍ଧକାରମୟ ହୋଇଯିବ। ଏମିତିରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହେବ।

ଲ୍ୟାବରେ ଜନ୍ମ ନେବେ ପିଲା:
ବାବା ଭେଙ୍ଗା ଙ୍କ କହିବା ଅନୁଯାୟୀ ୨୦୨୩ରେ ଲ୍ୟାବରେ ପିଲା ଜନ୍ମ ହେବେ। ସେଠାରେ ହିଁ ବିକଶିତ ହେବେ। ବିଜ୍ଞାନରେ ହେଉଥିବା ପ୍ରଗତି ଏହି ଅସମ୍ଭବ କାମକୁ ବି ସମ୍ଭବ କରିଦେଖାଇବ। ଏଠାରେ ଶିଶୁମାନେ ଜନ୍ମ ହେବେ।

ପୃଥିବୀର କକ୍ଷ ପରିବର୍ତ୍ତନ ହେବ:
ଭିବଷ୍ୟବାଣୀ ଅନୁଯାୟୀ ସୂର୍ଯ୍ୟଙ୍କ ଚାରିପାଖରେ ବୁଲୁଥିବା ପୃଥିବୀ ୨୦୨୩ରେ ନିଜ ରାସ୍ତା ବଦଳାଇବ। ପୃଥିବୀ ପ୍ରତିବର୍ଷ ସୂର୍ଯ୍ୟର ଚାରିପାଖରେ ବୁଲି ୫୮୪ ମିଲିୟନ ମିଲ ଦୂର ପର୍ଯ୍ୟନ୍ତ ଯାଇଥାଏ । ଏହା ଏକ ପୁରା ଜର୍ଣ୍ଣି ହୋଇଥାଏ ଯାହା ପୂର୍ଣ୍ଣ ରୂପେ ଗୋଲାକାର ନହୋଇ ଅଣ୍ଡାକାର ହୋଇଥାଏ। ଏହି କାରଣରୁ ଅନ୍ୟ ଗ୍ରହର ଗୁରୁତ୍ୱାକର୍ଷଣ ବଳ ର ପ୍ରଭାବ ପଡ଼ିଥାଏ। ଏହାର ଅର୍ଥ ପୃଥିବୀର କକ୍ଷରେ ବଡ଼ ପରିବର୍ତ୍ତନ ହେବ। ତେବେ ଏହି ପରିବର୍ତ୍ତନ ଅନେକ ହଜାର ବର୍ଷ ପରେ ଥରେ ହୋଇଥାଏ। କିନ୍ତୁ ଏହାର ପ୍ରଭାବ ରେ ଗମ୍ଭୀର ସ୍ଥିତି ଉପୁଜିପାରେ।

ବାବା ଭେଙ୍ଗା ଥିଲେ ବୁଲ୍‌ଗେରିଆର ଜଣେ ମହିଳା । ତାଙ୍କର ଅଦ୍ଭୁତ ଶକ୍ତି ବଳରେ ସେ ଭବିଷ୍ୟତକୁ ଦେଖି ପାରନ୍ତି । ସେ ଅନେକ ଭବିଷ୍ୟ ବାଣୀ କରିଛନ୍ତି ଯାହା ସତ ହୋଛି । ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ହୋଥିବା ଆତଙ୍କବାଦୀ ଆକ୍ରମଣକୁ ଭବିଷ୍ୟବାଣୀ କରିଥିଲେ । ସିରିଆରେ ଆଇଏସ୍‌ ଆଇଏସ୍‌ର ଉଦୟ ଏବଂ ଋଷି ପଣ୍ଡୁବି Kursk ବାଣିରେ ବୁଡ଼ି ଥିବା ଭବିଷ୍ୟବାଣୀ କରିଥିଲେ । ଏମିତି ନୁହେଁ କି ସେ ଖାଲି ସତ ହିଁ କହିଛନ୍ତି, ତାଙ୍କର ଭବିଷ୍ୟବବାଣୀ ଭୁଲ ବି ସାବ୍ୟସ୍ତ ହୋଇଛି । ୨୦୦୧ରେ ପୃଥବୀ ଧ୍ୱଂଶ ହୋଇ ଯିବ ବୋଲି ସେ କହିଥିଲେ ଯାହା ପୁରା ଭୁଲଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.