୧ କୋଟିରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଆରଆରବି ଗ୍ରୁପ ଡି ପରୀକ୍ଷା ଫଳ ପ୍ରକାଶ ପାଇଁ ତାରିଖ ଘୋଷଣା

ରେଲୱେ ଗ୍ରୁପ ଡି ପରୀକ୍ଷା ଦେବାକୁ ଥିବା ୧ କୋଟିରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରେଲୱେ ରିକ୍ର୍ୟୁଟମେଣ୍ଟ ବୋର୍ଡ ଆରଆରବି ଗ୍ରୁପ ଡି ପରୀକ୍ଷା ଫଳ ପ୍ରକାଶିତ ପାଇଁ ତାରିଖ ଜାରି ହୋଇଛି। ନୋଟିସ ମୁତାବକ, ଆରଆବି ଗ୍ରୁପ ଡି ପରୀକ୍ଷାର ଫଳାଫଳ ୨୪ ଡିସେମ୍ବର ୨୦୨୨ କିମ୍ବା ତା ପୂର୍ବରୁ ପ୍ରକାଶିତ ହୋଇପାରେ। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି, ସେମାନେ ୱେବସାଇଟକୁ ଯାଇ ତୁରନ୍ତ ଚେକ୍‌ କରନ୍ତୁ । ପରୀକ୍ଷା ଫଳ ଆରଆରବି ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ।

ଜାରି ହୋଇଥିବା ନୋଟିସରେ ଲେଖାଯାଇଛି, ଶାରୀରିକ ଦକ୍ଷତା ପରୀକ୍ଷା (PTE) ପାଇଁ ସର୍ଟଲିଷ୍ଟ ହୋଇଥିବା ସିବିଟି ର ପରୀକ୍ଷା ଫଳ ୨୪.୧୨.୨୦୨୨ କିମ୍ବା ତା ପୂର୍ବରୁ ଆରଆରବିର ଅଫିସିଆଲ େଓ୍ଵବସାଇଟରେ ପ୍ରକାଶିତ ହେବ ।
ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ପାସ୍‌ କରିପାରିବେ, ସେମାନେ ଶାରିରୀକ ଦକ୍ଷତା ପରୀକ୍ଷା ଦେବେ। ପିଇଟି ପରୀକ୍ଷା ଜୋନାଲ ରେଲେଓ୍ଵ ରିକ୍ର୍ୟୁଟମେଣ୍ଟ ସେଲ ଦ୍ୱାରା ଆୟୋଜିତ କରାଯିବ। ନୋଟିସ ମୁତାବକ, ଏହି ପିଇଟି ପରୀକ୍ଷା ଜାନୁଆରୀ ୨୦୨୩ରେ କରାଯିବ ।
ଆରଆରବି ଗ୍ରୁପ ଡି ପରୀକ୍ଷା ଅଗଷ୍ଟ ୧୭ ରୁ ୧୧ ଅକ୍ଟୋବର ୨୦୨୨ ମଧ୍ୟରେ ୫ମ ପର୍ଯ୍ୟାୟରେ ହୋଇଥିଲା। ଏହି ପରୀକ୍ଷାକୁ ୧ କୋଟିରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ । ଏହା ମାଧ୍ୟମରେ ୧,୦୩,୭୬୯ ପଦବୀ ପୂରଣ କରାଯିବ ।

ଆରଆରବି ସିବିଟି ପରୀକ୍ଷା ୨୦୨୨ ପାଇଁ କଟଅଫ ମାର୍କ ମଧ୍ୟ ରିଲିଜ କରାଯିବ। ପରୀକ୍ଷା ପାସ୍‌ କରିବା ପାଇଁ ପ୍ରାର୍ଥୀ ସର୍ବନିମ୍ନ କଟ୍‌ ଅଫ୍‌ ମାର୍କ ରଖିବା ଜରୁରୀ ।

ନୋଟିସ ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.rrbcdg.gov.in/uploads/CBT_resultnotice.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.