ମାଳତୀପାଟପୁର ବାଇପାସ ରାସ୍ତାରୁ ୮ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ପୁରୀ (କେନ୍ୟୁଜ): ପେଣ୍ଠକଟା ମାରାଇନ ଥାନା ଅନ୍ତର୍ଗତ ସମଙ୍ଗରା ଗାଁ ନିକଟରୁ ଏକ ଅଜଗର ଉଦ୍ଧାର ହୋଇଛି । ମାଳତୀପାଟପୁର ବାଇ ପାସ ରାସ୍ତା ପାର୍ଶ୍ବରୁ ୮ ଫୁଟର ଅଜଗରକୁ ଉଦ୍ଧାର କରିଛି ବନ ବିଭାଗ। ଅଜଗରଟି ଗହୀର ଦେଇ ଗାଁ ଆଡ଼କୁ ଯାଉଥିଲା। ଏହା ଦେଖି କିଛି ଚାଷୀ ବନ ବିଭାଗକୁ ଖବର ଦେଇଥିଲେ। ବାଲୁଖଣ୍ଡ ରେଞ୍ଜ ଅଧିକାରୀ ବେଣୁଧର ବେହେରାଙ୍କ ନିର୍ଦ୍ଧେଶ କ୍ରମେ ବନ କର୍ମଚାରୀ ଅଜଗରକୁ କାବୁ କରି ପରେ ତାକୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.