Below header

ରିଷଭ୍‌ ପନ୍ତଙ୍କ କାର୍‌ ଦୁର୍ଘଟଣା ପରେ ଆସିଲା ଉର୍ବଶୀ ରୌତେଲାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ; ଅପ୍‌ସରା ହୋଇ ଲେଖିଲେ, ‘ମୁଁ ପ୍ରାର୍ଥନା କରୁଛି…’

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରିଷଭ୍‌ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ପନ୍ତଙ୍କ ଆକ୍ସିଡେଣ୍ଟ ପରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଉର୍ବଶୀ ନିଜର ଏକ ଫଟୋ ସେୟାର କରିଛନ୍ତି, ଯାହାର କ୍ୟାପସନ ଉପରେ ସମସ୍ତଙ୍କ ନଜର ପଡ଼ିଛି। ଉର୍ବଶୀ ଫଟୋ ସହିତ କ୍ୟାପସନ ଲେଖିଛନ୍ତି, ‘ପ୍ରେୟିଙ୍ଗ୍‌’, ଯାହାର ଅର୍ଥ ହେଲା, ମୁଁ ପ୍ରାର୍ଥନା କରୁଛି। କିନ୍ତୁ ରିଷଭ୍‌ ପନ୍ତଙ୍କୁ ସବୁବେଳେ ଟ୍ରୋଲ କରୁଥିବା କାରଣରୁ ଲୋକମାନେ ଅଭିନେତ୍ରୀଙ୍କର ଏହି ପୋଷ୍ଟ ଉପରେ ନାନା ଥଟ୍ଟା ପରିହାସ କରିଛନ୍ତି। ଯଦିଓ କିଛି ଲୋକ ରିଷଭ୍‌ଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ଉର୍ବଶୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

 

View this post on Instagram

 

A post shared by Urvashi Rautela (@urvashirautela)

ତେବେ କମେଣ୍ଟ ସେକ୍ସନରେ ଅଧିକାଂଶ ପ୍ରତିକ୍ରିୟା ଉର୍ବଶୀ ରୌତେଲଙ୍କ ବିରୋଧରେ ଦେଖିବାକୁ ମିଳିଛି। ଜଣେ ୟୁଜର କହିଛନ୍ତି, ‘ଏବେ ମନ ଶାନ୍ତ ହେଲା ତ’। ଅନ୍ୟ ଜଣେ ଲେଖିଛନ୍ତି, ‘ରିଷଭ୍‌ ଭାଇଙ୍କ ଉପରେ ତୁମର ନଜର ଲାଗି ଯାଇଛି’। ଅନେକ ଲୋକ କ୍ରିକେଟର ରିଷଭ୍‌ ପନ୍ତ ଶୀଘ୍ର ସୁସ୍ଥ ହେବା ନେଇ ଆଶା ରଖିବା ସହ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.