ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ: ମିଳୁନି ବୟଫ୍ରେଣ୍ଡଙ୍କ ପତ୍ତା

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡ଼ା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ। ଶୁଭଶ୍ରୀଙ୍କ ମୃତ୍ୟୁକୁ ୮ ଦିନ ବିତିଥିଲେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା। ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ସନ୍ଦେହ ଘେରରେ ଥିଲେ ମଧ୍ୟ ଏଯାଏ ତାଙ୍କର ପତ୍ତା ମିଳିନି। ତେବେ ଘଟଣାଦିନ ଦିବ୍ୟରଞ୍ଜନଙ୍କ ସହ ମୃତ ଡାକ୍ତର ଶୁଭଶ୍ରୀ କୌଣସି କଥାବାର୍ତ୍ତା କରି ନଥିବା କହିଛନ୍ତି ଅତିରିକ୍ତ ଏସପି ବିରଞ୍ଚି ପ୍ରସାଦ ଦେହୁରୀ।

ଏଥି ସହ ତାଙ୍କ ପୂର୍ବ ଫୋନ କଲ ରେକର୍ଡ ଯାଞ୍ଚ କରାଯାଉଛି। ମୃତ ଶୁଭଶ୍ରୀଙ୍କ ଭିସେରା ଓ ଘଟଣାସ୍ଥଳରୁ ଜବତ ହୋଇଥିବା ଶିଶି ଭିତର ପାଉଡରର ଫରେନସିକ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି। ତେବେ କେନ୍ଦ୍‌ୁଝର ସିଡିଏମଓ କ୍ୟାମେରା ସମ୍ମୁଖରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.