ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ଟାଉନ ଓ ପାଣିକୋଇଲିକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍‌ୱିଫ୍ଟ ଡିଜାୟାର କାର। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।

ସୂଚନା ମୁତାବକ ପାଣିକୋଇଲି ଆଡୁ ଯାଜପୁର ଅଭିମୁଖେ ଏହି ଗାଡିଟି ଯାଉଥିବା ସମୟରେ ଗାଡିରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଡ୍ରାଇଭରକୁ କହିବାରୁ ଡ୍ରାଇଭର ଗାଡିଟି ରଖିଥିଲେ। ଗାଡ଼ିରେ ଥିବା ସମସ୍ତ ବ୍ଯକ୍ତି ଗାଡି ଛାଡି ବାହାରକୁ ଆସିବା ମାତ୍ରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଗଲା। କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ସ୍ଥାନୀୟ ଲୋକେ ନିଆଁକୁ ପ୍ରଥମ କାବୁ କରିବାକୁ ଚେଷ୍ଟା କରିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟିର ୭୫ଭାଗ ଜଳି ଯାଇଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.