ଘରେ ଦେଖୁଛନ୍ତି କି ଏହିସବୁ ସଙ୍କେତ, ତେବେ ବୁଝିଯାନ୍ତୁ ଖୁବ ଶୀଘ୍ର ମାତା ଲକ୍ଷ୍ମୀ ଘରକୁ କରିବେ ପ୍ରବେଶ, ବଦଳିଯିବ ଭାଗ୍ୟ
ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ।ଆଉ ଯେଉଁ ବ୍ଯକ୍ତିଙ୍କ ଉପରେ ମାତା ପ୍ରସନ୍ନ ନଥାନ୍ତି, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଧନବାନ ହୋଇପାରନ୍ତି ନାହିଁ। ଏମିତି ଲୋକେ ଲୋକେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଅନେକ ଉପାୟ ଆପଣାନ୍ତି। ମାଙ୍କ କରୁଣା ବ୍ଯକ୍ତିକୁ ଧନ, ଅନ୍ନ ଏବଂ ବସ୍ତ୍ର ପ୍ରାପ୍ତି ହୋଇଥାଏ।
କୁହାଯାଏ ଯେ ମାଆ ଲକ୍ଷ୍ମୀ ଯେବେ ବି କୌଣସି ଘରକୁ ପ୍ରବେଶ କରନ୍ତି ତାହା ପୂର୍ବରୁ କିଛି ବିଶେଷ ସଙ୍କେତ ଦେଇଥାନ୍ତି। ଯାହାକୁ ହୁଏତ ଅନେକ ଜାଣିନଥିବେ। ଯଦି ଏହିସବୁ ସଙ୍କେତକୁ ଆପଣ ଜାଣିଯିବେ ତେବେ ଭାଗ୍ୟ ପରିବର୍ତ୍ତନ ହେବାର ଆଉ ବିଳମ୍ବ ହେବ ନାହିଁ। ଆପଣ ବି ଯଦି ଏହିସବୁସଙ୍କେତ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ..
ମାଆ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ:
ଘରକୁ ରଖନ୍ତୁ ସଫା:
ମାଆ ଲକ୍ଷ୍ମୀଙ୍କୁ ସଫା ସୁତୁରା ବହୁତ ପସନ୍ଦ। ଯେଉଁ ଘର ସଫା ସୁତୁରା ଉପରେ ବେଶି ଧ୍ୟାନ ଦିଏ ତେବେ ମାନିଯାନ୍ତୁ ଯେ ସେଠାରେ ମାତା ଲକ୍ଷ୍ମୀଙ୍କ ନିଶ୍ଚୟ ଆଗମନ ହେବ। ଆଉ ସେ ମଧ୍ୟ ଲମ୍ବା ସମୟ ପଯ ର୍୍ୟନ୍ତ ବାସ କରିବେ। ଯଦି ଆପଣ ମାଆ ନାରାୟଣୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ନିଜ ଘରକୁ ସଫା ସୁତୁରା ରଖନ୍ତୁ।
ପେଚା କୁ ଦେଖିଲେ ହୋଇଥାଏ ଶୁଭ:
ଶାସ୍ତ୍ରରେ ପେଚାକୁ ମାଆ ଲକ୍ଷ୍ମୀଙ୍କ ବାହନ କୁହାଯାଏ। ଯଦି ଆପଣ ଘର ପାଖରେ ପେଚା ଦେଖୁଛନ୍ତି ତେବେ ଏମିତିରେ ଆପଣଙ୍କ ଭାଗ୍ୟ ଉଦୟ ହେବ। ଏହା ସେହି କଥା ର ସଙ୍କେତ ଯେ ଖୁବ ଶୀଘ୍ର ମାଆ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ। ତେଣୁ ସ୍ୱାଗତ ପାଇଁ ପୂର୍ବରୁ ପ୍ରସ୍ତୁତ କରିନେବେ।
ସକାଳେ ଶଙ୍ଖ ଧ୍ୱନି ଶୁଣିବା:
ଶଙ୍ଖକୁ ମାଆ ଲକ୍ଷ୍ମୀଙ୍କ ଭାଇ ମନାଯାଏ। କଣ ଆପଣ ଏହି କଥା ଜାଣିଛନ୍ତି କି? ଆଜ୍ଞା ହଁ , ଆଉ ଯଦି ଏମିତିରେ ଆପଣ ସକାଳୁ ଉଠି ଶଙ୍ଖ ର ଧ୍ୱନି ଶୁଣୁଛନ୍ତି ତେବେ ବୁଝିଯାନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସଙ୍କେତ ଦେଉ ଛନ୍ତି। ଏହାସହିତ ଦିନର ଆରମ୍ଭ ଭଲ ରେ ଯିବ ।
ରାସ୍ତାରେ ଝାଡ଼ୁ ମାରିବାର ଦେଖିବା:
ଝାଡ଼ୁ ମାଆ ଲକ୍ଷ୍ମୀଙ୍କ ବହୁତ ପ୍ରିୟ। ଏହି ଝାଡ଼ୁ ଜରିଆରେ ଘରକୁ ସଫା କରାଯାଇଥାଏ। ଯଦି ଆପଣ ସକାଳେ କେହି ଝାଡ଼ୁ ଲଗାଇବାର ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ। ଏହାର ଅର୍ଥ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର ଆଶିର୍ବାଦ ରହିବ।
ଖାଦ୍ୟରେ ପରିବର୍ତ୍ତନ:
କୁହାଯାଏ ଯେ ଯେଉଁ ଘରେ ମାଆ ଲକ୍ଷ୍ମୀଙ୍କ ଆଗମନ ହେବାର ଥିବ ସେହି ଘରେ ପାରିବାରିକ ସଦସ୍ୟଙ୍କ ଖାଦ୍ୟରେ ଆପେ ଆପେ ପରିବର୍ତ୍ତନ ହୋଇଯାଏ। ଏମିତି ଲୋକ ଆମିଷ ଓ ସବୁପ୍ରକାର ନିଶାରୁ ଦୂରେଇ ଯାନଆନ୍ତି। ସେମାନଙ୍କୁ ଭୋକ କମ ଲାଗେ।