ଏବେ ଇଣ୍ଟରନ୍ୟାସନାଲ ନମ୍ବରରେ ପ୍ରବାସୀ ଭାରତୀୟ କରିପାରିବେ UPI ପେମେଣ୍ଟ, NRI କୁ ଖୁବ ଶୀଘ୍ର ମିଳିବ ଏହି ସୁବିଧା

ଗତ କିଛି ବର୍ଷରୁ ଅନଲାଇନ ଟ୍ରାଞ୍ଜାକସନ ବ୍ୟତିତ ୟୁପିଆଇ ଓ ଗୁଗଲ ପେ ର ବ୍ୟବହାରରେ ଦ୍ରୁତ ବୃଦ୍ଧି ପାଇଛି। ଅଧିକମାତ୍ରାରେ ଲୋକମାନେ ଏବେ ଆଉ କ୍ୟାସ ୟୁଜ କରୁନାହନ୍ତି। ଏହାରି ମଧ୍ୟରେ ଯଦି ଆପଣ କିମ୍ବା ଆପଣଙ୍କର କୌଣସି ପରିଚିତ ବିଦେଶରେ ରହି କାମ କରୁଛନ୍ତି ତେବେ ଏହି ଖବର ନିଶ୍ଚିତ ଭାବେ ଖୁସି କରିଦେବ। ଏବେ ଏହାକୁ ନେଇ ଏକ ନୂଆ ନିୟମ ଆସିଛି। ଏମିତିରେ ଖୁବ ଶୀଘ୍ର ନନ୍‌ ରେସିଡେଣ୍ଟ ମାନେ ପ୍ରବାସୀ ଭାରତୀୟ ମାନେ ବି ନିଜ ନମ୍ବରରେ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇପାରିବେ।

ଭାରତରେ ବିପୁଳ ସଫଳତା ପରେ ଏବେ ଅନ୍ୟ ଦେଶରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌ ସେବା ଆରମ୍ଭ ହୋଇସାରିଛି । ଏବେ ବିଦେଶରେ ମଧ୍ୟ ଭାରତର ୟୁପିଆଇ କାର୍ଯ୍ୟ କରିବ । ଯାହା ଫଳରେ ବିଦେଶରେ ରହୁଥିବା ନନ୍-ରେସିଡେଣ୍ଟ ଇଣ୍ଡିଆନ୍ସ ମାନେ ଏନଆରଆଇ ସେମାନଙ୍କ ଭାରତୀୟ ଫୋନ୍ ନମ୍ବର ଉପରେ ନିର୍ଭର ନକରି ଟ୍ରାଞ୍ଜାକସନ ପାଇଁ ୟୁପିଆଇ ସେବା ବ୍ୟବହାର କରିପାରିବେ । ଏହି ଦେଶ ହେଉଛି-

– ସିଙ୍ଗାପୁର
– ଆମେରିକା
– ଅଷ୍ଟ୍ରେଲିଆ
– କାନାଡା
– ହଂକଂ
– ଓମାନ
– କତାର
– ସାଉଦି ଆରବ
-ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)
– ୟୁନାଇଟେଡ଼ କିଙ୍ଗଡମ(ୟୁକେ)

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ଥିବା ଏନଆରଆଇ / ଏନଆରଓ ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକସନ କରିପାରିବେ । ତେବେ ନିର୍ଦ୍ଦେଶନାମା ପାଳନ କରିବାକୁ ପେମେଣ୍ଟ କର୍ପୋରେସନ୍ ଅଂଶୀଦାର ବ୍ୟାଙ୍କଗୁଡିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ସମୟ ଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ କମିଟି ରେ ବୁଧବାର ଦିନ Rupay Debit card ଏବଂ BHIM ୟୁପିଆଇ ଟ୍ରାଞ୍ଜାକସନ କୁ ପ୍ରୋତ୍ସାହିତ କରିବା ପାଇଁ ୨,୬୦୦ କୋଟି ଟଙ୍କା ଯୋଜନା ଅନୁମୋଦନ କରିଛି । ସୂଚନା ଅନୁଯାୟୀ ଏହି ବଡ ପଦକ୍ଷେପ ଆନ୍ତର୍ଜାତୀୟ ଛାତ୍ର, ବିଦେଶରେ ରହୁଥିବା ପରିବାର ଏବଂ ସ୍ଥାନୀୟ ବ୍ୟବସାୟରେ ସାହାଯ୍ୟ କରିବ । ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

ଏଠାରେ ପ୍ରବାସୀ ଭାରତୀୟ ଓ ଭାରତୀୟ ଲୋକ ଏନଆରଇ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ। ଭାରତ ବାହାରେ ରହୁଥିବା କୌଣସି ବି ବ୍ୟକ୍ତି ଟଙ୍କାର ଲେଣଦେଣ ପାଇଁ ଏନଆରଓ ଖାତା ଖୋଲିବେ। ପ୍ରାଥମିକ ଭାବେ ପ୍ରଥମେ ଏହି ୧୦ ଟି ଦେଶରେ କୋଡ ମୋବାଇଲ ନମ୍ବର ରୁ ଲେଣ ଦେଣ ପାଇଁ ସୁ ବିଧା ଉଠାଇପାରିବେ। ଖୁବ ଶୀଘ୍ର ଏହା ଅନ୍ୟଦେଶରେ ଲାଗୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.