Below header

ମାଡ଼ି ଆସୁଛି ଶୀତ ଲହରୀ: ଆଗାମୀ ସପ୍ତାହରେ ତାପମାତ୍ରା ମାଇନସ ୪ଡିଗ୍ରୀ ସେଲସିୟସ ଯାଏଁ ଖସିବ

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ସପ୍ତାହରେ ଉତ୍ତର ଭାରତରେ ତାପମାତ୍ରା ମାଇନସ ୪ଡିଗ୍ରୀ ସେଲସିୟସ ଯାଏଁ ଖସିବ । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ମାନେ । Live Weather of Indiaର ଫାଉଣ୍ଡର ନବଦୀପ ଦହିୟା ଟ୍ଵିଟ କରି କହିଛନ୍ତି ୧୪ରୁ ୧୯ ଜାନୁଆରୀ ଭିତରେ ପ୍ରବଳ ଥଣ୍ଡା ପଡ଼ିବ । ୧୬ରୁ ୧୮ ଜାନୁଆରୀ ମଧ୍ୟରେ ଥଣ୍ଡା ପିକ୍‌ରେ ରହିବ । ଅର୍ଥାତ ତାପମାତ୍ରା ମାଇନସକୁ ଆସିଯିବ । ଜାନୁଆରୀ ୨୦୨୩ରେ ହେବ ସବୁଠୁ ଅଧିକ ଥଣ୍ଡା । ଏକବିଂଶ ଶତାଦ୍ଦୀର ସବୁଠୁ ଥଣ୍ଡା ଅନୁଭୂତ ହେବ । ଏଭଳି ଶୀତ ହେବ ଯାହାକି ପୂର୍ବରୁ କେବେ ହୋଇନଥିଲା । ଦିଲ୍ଲୀ ଓ ଏହାର ପଡୋଶୀ ରାଜ୍ୟ ମାନଙ୍କରେ ଶୀତର ଲହରୀ ଜାରି ରହିବ ବୋଲି ଆଇଏମଡି କହିଛି ।

ସେପଟେ ରାଜ୍‌୍ୟରେ ବଢିଛି ତାପମାତ୍ରା, କମିଛି ଶୀତ । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଜଳୀୟବାଷ୍ପ ପ୍ରବେଶ କରୁଛି । ଏଥିପାଇଁ ଆଜିଠାରୁ ରାଜ୍ୟରେ କୁହୁଡ଼ି ବଢ଼ିଛି । ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହୋଇଛି । ଏହାସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ କମିଛି ଶୀତ । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.