ପୂର୍ବତନ ଜେଡିୟୁ ବିଧାୟକ ନିଜ କୁର୍ତ୍ତା ଟେକି ନର୍ତ୍ତକୀଙ୍କ ସହ କଲେ ଏମିତି ଡ୍ୟାନ୍ସ; ମଜା ନେଲେ ଲୋକେ

ଜେଡିୟୁର ପୂର୍ବତନ ବିଧାୟକ ଶ୍ୟାମ ବାହାଦୂର ସିଂଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରେ ଜଣେ ନୃତ୍ୟଶିଳ୍ପୀଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି। ଖେସାରୀ ଲାଲ ଯାଦବଙ୍କ ଭୋଜପୁରୀ ଗୀତ ‘ଦାରୁ ବାଜାରୁ ହୋ ଚଢ଼ ଜାଲା ହୋ’ରେ ପୂର୍ବତନ ବିଧାୟକ ନିଜ କୁର୍ତ୍ତା ଟେକି ନୃତ୍ୟଶିଳ୍ପୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଏହି ଭାଇରାଲ୍ ଭିଡିଓରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସୂଚନା ମୁତାବକ, ସିୱାନ ଜିଲ୍ଲାର ତରୱାରା ବଜାରରେ କିଛି ଦିନ ତଳେ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଶ୍ୟାମ ବାହାଦୂର ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେଠାରେ ମଞ୍ଚ ଉପରେ ଯେତେବେଳେ ଜଣେ ନୃତ୍ୟଶିଳ୍ପୀ ନାଚୁଥିବାର ଦେଖାଯାଇଥିଲା, ତ ପୂର୍ବତନ ବିଧାୟକ ନିଜକୁ ନାଚିବାରେ ରୋକି ପାରି ନ ଥିଲେ ଏବଂ ମଞ୍ଚ ଉପରକୁ ଚଢ଼ି ନୃତ୍ୟଶିଳ୍ପୀଙ୍କ ସହ ନାଚିବା ଆରମ୍ଭ କରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

@rohini_sgh ନାମକ ୟୁଜର ଲେଖିଛନ୍ତି, ସେଠାରେ ଜଣେ ଛୋଟ ପିଲା ମଧ୍ୟ ଅଛି, ଯିଏ ଏହି ଡ୍ୟାନ୍ସ ଦେଖୁଛି। @askrajeshsahu ନାମକ ୟୁଜର ଲେଖିଛନ୍ତି, ବିଧାୟକ ଜଣେ ରସିକିଆ ଲୋକ। ଏହି ଭିଡିଓରେ ତ ସେ ନାଚି ନାହାନ୍ତି। ନଚେତ୍‌ ସେ ଡ୍ୟାନ୍ସ ମାଧ୍ୟମରେ ହିଁ ନିର୍ବାଚନ ଜିତି ଯାଆନ୍ତି।

ସେପଟେ @ashish_sdl ନାମକ ୟୁଜର ଲେଖିଛନ୍ତି, ଯଦି ମହିଳାଙ୍କ ସହ ନାଚିବା ଭୁଲ୍, ତେବେ ସହରରେ ଥିବା ଡ୍ୟାନ୍ସ ବାର୍ ଏବଂ ପବ୍ ବନ୍ଦ କରନ୍ତୁ। @ SunnyChandraKr1ନାମକ ବ୍ୟବହାରକାରୀ ଲେଖିଥିଲେ କି, ନେତାମାନଙ୍କ ପାଇଁ ଏହା ସାଧାରଣ କଥା, ସେମାନଙ୍କର ଏମିତି ହଜାରେ ଭିଡିଓ ଅଛି।

କହି ରଖୁଛୁ, ଏହା ପ୍ରଥମ ଥର ନୁହେଁ ଯେ ପୂର୍ବତନ ବିଧାୟକଙ୍କ ଭିଡିଓ ଭାଇରାଲ ହେଉଛି, ଏହା ପୂର୍ବରୁ ମଧ୍ୟ ତାଙ୍କର ଏହି ପ୍ରକାରର ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇ ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.