ଚଳିତ ବଜେଟ୍ ପରେ ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା, ଜାଣନ୍ତୁ ପୁରା ଖବର

ଆସନ୍ତା ୨୦୨୩ ଫେବୃଆରୀ ୧ରେ ବଜେଟ ସେସନ୍‌ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଖବର ଉପରେ ନିଷ୍ପତ୍ତି ନିଆଯିବ। ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ନାରେ ଦେଶର ସାଧାରଣ ଜନତାଙ୍କ ଠୁ ଆରମ୍ଭ କରି ବିତ୍ତୀୟ ସଂସ୍ଥା, କର୍ମଚାରୀ ଓ ଗୃହିଣୀ ତଥା ଛାତ୍ର ଛାତ୍ରୀଙ୍କ ପାଇଁ ସିନିଅର ସିଟିଜେନ ଙ୍କୁ ନେଇ ଅନେକ ନିଷ୍ପତ୍ତି କରିପାରନ୍ତି। ତେଣୁ ଏସମସ୍ତେ ବଜେଟକୁ ଅପେକ୍ଷା କରିଛନ୍ତି। ବିତ୍ତ ମନ୍ତ୍ରୀ ଟାକ୍ସକୁ ମାର୍ଚ୍ଚ ପରେ ଲୋକଙ୍କ ପାଇଁ କେତେ ମାତ୍ରାରେ ନିର୍ଦ୍ଧାରତି କରିବେ ଏ ହା ତ ବଜେଟ ସେସନ ପରେ ହିଁ ଜଣାପଡ଼ିବ।

ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ମିଳିପାରେ ବହୁତ ବଡ଼ ଖୁସି ଖବର। ବଜେଟ ସେସନ ପରେ କର୍ମଚାରୀଙ୍କ ର ବଢ଼ିପାରେ ଦରମା। ଏହାକୁ ନେଇ କଣ ସୂଚନା ରହିଛି ତାହା ସମ୍ପକରେ ଜାଣିନିଅନ୍ତୁ।

ସରକାରୀ କର୍ମଚାରୀଙ୍କ ବେତନର ଫିଟମେଣ୍ଟ ଫ୍ୟାକ୍ଟର୍ ୟୁନିଅନ୍ ବଜେଟ୍ ୨୦୨୩ ପରେ ସଂଶୋଧିତ ହେବାର ସମ୍ଭାବନା ଅଛି । ଫିଟମେଣ୍ଟ ଫ୍ୟାକ୍ଟରର ବୃଦ୍ଧି ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବ । ଏହାପରେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଯାହା ଏବେ ୧୮ ହଜାର ଅଛି, ତାହା ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇବ ।

ସାଧାରଣ ଫିଟମେଣ୍ଟ ଫ୍ୟାକ୍ଟର୍ ବର୍ତ୍ତମାନ ୨.୫୭ ପ୍ରତିଶତରେ ରହିଛି । ଏହାର ଅର୍ଥ ହେଉଛି ଯଦି ୪୨୦୦ ଗ୍ରେଡ୍ ପେରେ ୧୫,୫୦୦ ଟଙ୍କା ମୌଳିକ ଦରମା ମିଳେ, ତା’ହେଲେ ତାଙ୍କର ମୋଟ ଦରମା ୧୫,୫୦୦ ଗୁଣନ୨.୫୭ କିମ୍ବା ୩୯,୮୩୫ ଟଙ୍କା ହେବ । ଷଷ୍ଠ ସିପିସି ୧.୮୬ ଫିଟମେଣ୍ଟ ଅନୁପାତକୁ ସୁପାରିଶ କରିଥିଲା । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଫିଟମେଣ୍ଟ ଫ୍ୟାକ୍ଟରକୁ ୩.୬୮ କୁ ବୃଦ୍ଧି କରିବାକୁ କର୍ମଚାରୀମାନେ ସରକାରଙ୍କୁ ଦାବି କରୁଛନ୍ତି ।

ଫେବୃଆରୀ ୨୦ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସହିତ ୨୦୨୩ ବଜେଟ୍ ଉପସ୍ଥାପନ କରାଯିବ । ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ରୁ ଆରମ୍ଭ ହେବ ।

ରିପୋର୍ଟ ଅନୁଯାୟୀ ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ମଧ୍ୟ ମାର୍ଚ୍ଚ ୨୦୨୩ ରେ ନିଜର ମହଙ୍ଗା ଭତ୍ତା (ଡିଏ) ରେ ବୃଦ୍ଧି ହେବାର ସମ୍ଭାବନା ରହିଛି, ଯାହା ଜାନୁଆରୀ ୧ ରୁ ଲାଗୁ ହେବ । ପେନସନଭୋଗୀଙ୍କ ପାଇଁ ସରକାର ଡିଆରକୁ ମଧ୍ୟ ବୃଦ୍ଧି କରିବେ । ଏହା ବ୍ୟତୀତ କର୍ମଚାରୀମାନେ ମଧ୍ୟ ୧୮ ମାସର ଡିଏ ବକେୟା ପାଇବାର ସମ୍ଭାବନା ରହିଛି ।

ତେବେ ଡିଏ ଓ ଡିଆର ବର୍ଷକୁ ଦୁଇଥର ସଂଶୋଧିତ ହୁଏ । ୧ ଜାନୁଆରୀ ଏବଂ ୧ ଜୁଲାଇରୁ କାର୍ଯ୍ୟକାରୀ ହେଉଥିବା ଡିଏ ଗତ ସେପ୍ଟେମ୍ବରରେ ବୃଦ୍ଧି ପାଇଥିଲା, ଯାହାଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହୋଇଥିଲେ । ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହାପୂର୍ବରୁ ସପ୍ତମ ବେତନ ଆୟୋଗ ଅଧୀନରେ ସରକାର ମାର୍ଚ୍ଚରେ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରି ୩୪ ପ୍ରତିଶତକୁ ବୃଦ୍ଧି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.