ଓଡ଼ିଶା ଆସୁଛି ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’, ରାତି ୯ଟାରେ କୋଲକାତାରୁ ବାହାରିବ ଭୁବନେଶ୍ୱର

(କେନ୍ୟୁଜ): ଓଡ଼ିଶା ଆସୁଛି ବିଜୁ ବାବୁଙ୍କ ପ୍ରିୟ ‘ଡାକୋଟା’। ବିଜୁ ବାବୁଙ୍କ ଡାକୋଟା ବିମାନ ଆଜି ରାତି ୯ଟାରେ କୋଲକାତାରୁ ଭୁବନେଶ୍ୱର ବାହାରିବ । ଏଥିପାଇଁ ଶେଷ ପ୍ରସ୍ତୁତି ଚାଲିଛି। କୋଲକାତା ନେତାଜୀ ସୁବାସ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନର ବିଭିନ୍ନ ଅଂଶକୁ ୩ଟି ବଡ କଣ୍ଟେନରରେ ରଖାଯାଇଛି।

ଏରୋସ୍ପେସ୍‌ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ ସେଣ୍ଟର ମହା ପ୍ରବନ୍ଧକ ଦେବାଶିଷ ମହାନ୍ତିଙ୍କ ତତ୍ତ୍ୱାବଧାନରେ ବିମାନର ଅଂଶ ବିଶେଷକୁ ପୃଥକ୍‌ କରିବା ନିମିତ୍ତ ପାଞ୍ଚ ଜଣ ଯନ୍ତ୍ରୀ କରୁଣାକର ପଣ୍ଡା, ଚନ୍ଦନ ପଣ୍ଡିତ, ନଗେନ୍ଦ୍ର କୁମାର , ଅଭିଜିତ୍‌ ଗିରି ଓ ହୃଷୀକେଶ ଜେନା କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ବିମାନ ବନ୍ଦର ପରିଚାଳକ ମନୋଜ ବେହେରା ସୂଚନା ଦେଇଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଏହି ବିମାନଟି ଭୁବନେଶ୍ୱରରେ ସଂରକ୍ଷିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.