ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ସେମି ଫାଇନାଲ ଟକ୍କର । ହକି ବିଶ୍ୱକପ୍ରେ ଆଜିଠୁ ସେମି ଫାଇନାଲ ଟକ୍କର ଆରମ୍ଭ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲ ମ୍ୟାଚ୍ । ଅପରାହ୍ଣ ୪ଟା ୩୦ରେ ପ୍ରଥମ ସେମି ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସାମ୍ନା କରିବ ଜର୍ମାନୀ । ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିରେ ବେଲଜିୟମ ଓ ନେଦରଲାଣ୍ଡସ୍ ମଧ୍ୟରେ ମୁକାବିଲା ହେବ ।
ଫାଇନାଲ ଟିକେଟ ପାଇଁ ୪ଟି ଟିମ୍ ଟର୍ଫକୁ ଓହ୍ଲାଇବେ । ପ୍ରଥମ ସେମି ଫାଇନାଲ ଅଷ୍ଟ୍ରେଲିଆ-ଜର୍ମାନୀ ମଧ୍ୟରେ ହେବାକୁ ଥିବା ବେଳେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଶତ ପ୍ରତିଶତ ଭଲ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ ବ୍ୟାଚ୍ କୋଲିନ୍ । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ । ଅନ୍ୟପଟେ ଚଳିତ ବିଶ୍ୱକପ୍ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ୍ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲକୁ ଯିବା ଆଶା ଅଧିକ ଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲିପ ତିର୍କୀ