ନେପାଳରୁ ଅଯୋଧ୍ୟା ପହଞ୍ଚିଲା ଶାଳଗ୍ରାମ ପଥର, ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ଜାନକୀଙ୍କ ମୂର୍ତ୍ତି

ନେପାଳରୁ ଆସିଲା ଶାଳଗ୍ରାମ ପଥର। ଅଯୋଧ୍ୟାରେ ପହିଞ୍ଚିଛି ଶାଳଗ୍ରାମ ପଥର। ଏହି ପଥରରୁ ନିର୍ମାଣ ହେବ ପ୍ରଭୁ ରାମ ଓ ଜାନକୀଙ୍କ ମୂର୍ତ୍ତି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର ରାମ ସେବକ ପୁରମରେ ରଖାଯାଇଛି।

ଆଜି ସକାଳୁ ଆରମ୍ଭ ହୋଇଛି ଶାଳଗ୍ରାମ ପଥରର ପୂଜାର୍ଚ୍ଚନା। ଶାଳଗ୍ରାମ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଦୁଇ ଶାଳଗ୍ରାମର ଓଜନ ପ୍ରାୟ ୪୦ ଟନ। ଆଜି ବୈଦିକ ରୀତିନୀତିରେ ଏହି ଦିବ୍ୟ ପଥରକୁ ପୂଜାର୍ଚ୍ଚନା ପରେ ରାମ ମନ୍ଦିର ସମିତିକୁ ହସ୍ତାନ୍ତର କରାଯିବ।

ଏହି ଦେବଶିଳା ଗତ ରାତିରେ ନେପାଳର ଜନକପୁରରୁ ଆସି ଅଯୋଧ୍ୟାରେ ପହଞ୍ଚିଥିଲା। ଏହି ଶାଳଗ୍ରାମ ପଥରକୁ ନେପାଳର ଗଣ୍ଡକୀ ନଦୀରୁ ଉଦ୍ଧାର କରାଯାଇଥିଲା। ଲମ୍ବା ଯାତ୍ରା ପରେ ଗତ ରାତିରେ ଏହା ଅଯୋଧ୍ୟାରେ ପହଞ୍ଚିଛି। ନେପାଳରୁ ରାମ ନଗରୀ ପର୍ଯ୍ୟନ୍ତ ଯାତ୍ରାରେ ଏହି ଶାଳଗ୍ରାମ ପଥର ଯେଉଁ ଯେଉଁ ଜାଗା ଦେଇ ଅତିକ୍ରମ କରିଥିଲା, ସେଠାରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ୨୦୨୪ ଜାନୁୟାରୀ ସୁଦ୍ଧା ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଏମିତିରେ ଭଗବାନଙ୍କ ବାଳସ୍ୱରୂପ ମୂର୍ତ୍ତି କିପରି ହେବ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଢେର୍‌ ଉତ୍ସାହ ରହିଛି। ବିଶେଷଜ୍ଞ ଶିଳ୍ପୀକାରଙ୍କ ପ୍ୟାନେଲ ଫାଇନାଲ୍‌ କରିବା ପରେ ଉପଯୁକ୍ତ ମୂର୍ତ୍ତି ତିଆରି କାମ ଆରମ୍ଭ ହେବ।

ରାମନବମୀରେ ସୂର୍ଯ୍ୟଙ୍କ କିରଣ ଯେପରି ପ୍ରଭୁଙ୍କ ମୂର୍ତ୍ତିର ମଥା ଉପରେ ପଡ଼ିବ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ନିର୍ମାଣ ଜରୁରୀ। ଏଥି ସହିତ ପାଖାପାଖି ୩୦ ଫୁଟ୍‌ ଦୂରରୁ ପ୍ରଭୁଙ୍କ ଦର୍ଶନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.