ଏବେ ବିଦେଶରେ କରିପାରିବେ ଟାଞ୍ଜାକସନ

ଭାରତର UPI ସହିତ ଲିଙ୍କ ହେଲା ସିଙ୍ଗାପୁରର PayNow। ଏବେ ଏହି ଦେଶରେ ଟ୍ରାଞ୍ଜାକସନ କରିବା ହେବ ଖୁବ ସହଜ।ଭାରତ ତରଫରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସିଙ୍ଗାପୁରର ମନିଟରି ଅଥରିଟି ଅଫ ସିଙ୍ଗାପୁର ର ମ୍ୟାନେଜିଂ ଡାଇରେକ୍ଟର ରବି ମେନନ୍‌ ଏହି ସୁବିଧା କୁ ଲଞ୍ଚ କରିଛନ୍ତି।

ଭାରତରେ ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌ ମାନେ ୟୁପିଆଇ କୁ ଲଗାତାର ଭାବେ ବିସ୍ତାର କରିବା ପାଇଁ ପ୍ରୟାସ ଜାରି କରାଯାଉଛି। ଏହାରି ମଧ୍ୟରେ ଭାରତର ୟୁପିଆଇ ଓ ସିଙ୍ଗାପୁରର Pay Now ଆପ୍‌ କୁ ମିଶାଇ ଦୁଇ ଦେଶ ମଧ୍ୟରେ ଏକ କ୍ରସ ବର୍ଡ଼ର ପେମେଣ୍ଟ କନେକ୍ଟିଭିଟି ର ଆରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁର ପିମେ ଲି.ସିୟନ ଲୁଙ୍ଗ ଭାରତର ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ କ୍ରସବର୍ଡର କନେକ୍ଟିଭିଟିକୁ ଲଂଚ କରିଛନ୍ତି । ଦୁଇ ଦେଶର ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଏହାକୁ ଲଞ୍ଚ କରିଛନ୍ତି । ତେଣୁ ଏବେ ଭାରତରୁ ସିଙ୍ଗାପୁର ତଥା ସିଙ୍ଗାପୁରରୁ ଭାରତକୁ ଟଙ୍କା ଟ୍ରାନ୍ସଫର ସହଜରେ ହୋଇପାରିବ। ସୂଚନା ଅନୁସାରେ ଏହି ୟୁପିଆଇ ର ବ୍ୟବହାର ଅନ୍ୟ କିଛି ଦେଶରେ ମଧ୍ୟ ଆରମ୍ଭ ହେବ।

ଭାରତ ତରଫରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସିଙ୍ଗାପୁରର ମନିଟରି ଅଥରିଟି ଅଫ ସିଙ୍ଗାପୁର ର ମ୍ୟାନେଜିଂ ଡାଇରେକ୍ଟର ରବି ମେନନ୍‌ ଏହି ସୁବିଧା କୁ ଲଞ୍ଚ କରିଛନ୍ତି। ଏହାସହିତ ଭାରତ ଓ ସିଙ୍ଗାପୁର ମଧ୍ୟରେ ରିୟଲ ଟାଇମ ପେମେଣ୍ଟ ସିଷ୍ଟମ ଲିଙ୍କେଜ ଲଞ୍ଚ ହୋଇଛି। ଏବେ ଭାରତ ଓ ସିଙ୍ଗାପୁର ମଧ୍ୟରେ କ୍ରସ ବର୍ଡର କନେକ୍ଟିଭିଟି ଅନ୍ତର୍ଗତ ଖୁବ ସହଜରେ ଓ ମାତ୍ର କେଇ ମିନିଟରେ ଟଙ୍କା ଟ୍ରାନ୍ସଫର ହୋଇଯିବ।

ଭାରତରେ ୟୁପିଆଇ ଏକ ଲୋକପ୍ରିୟ ପେମେଣ୍ଟ ସିଷ୍ଟମ। ବର୍ଷ ୨୦୨୨ ରେ ୟୁପିଆଇ ମାଧ୍ୟମରେ ୧୨,୬୦୦୦ ଆରବ ଟଙ୍କାରୁ ଅଧିକ ମାନେ ୭୪ ଆରବ ଲେଣଦେଣ ହୋଇଥିଲା। ୟୁପିଆଇ ମାଧ୍ୟମରେ ଏହି କାରବାର ସୁରକ୍ଷିତ ମଧ୍ୟ ନଜର ଆସିଛି।

ଗତ କାଲି ଫେବୃଆରୀ ୨୧ ତାରିଖରୁ ଏହି ସେବାକୁ ଆରମ୍ଭ କରିଦିଆଯାଇଛି। ଏବେ ୟୁପିଆଇ ଓ ପେ ନାଓ ଜରିଆରେ ଆପଣ ଏହି ଦୁଇଟି ଦେଶ ମଧ୍ୟରେ ଆର୍ଥିକ କାରବାର କରିପାରିବେ। ଭାରତୀୟ ଛାତ୍ର ଯେଉଁମାନେ ସିଙ୍ଗାପୁରରେ ପଢ଼ୁଛନ୍ତି ସେମାନଙ୍କୁ ମଧ୍ୟ ପେମେଣ୍ଟ ସିଷ୍ଟମରେ ଅନେକ ସୁବିଧା ମିଳିବ। ସେମିତିରେ ସିଙ୍ଗାପୁରରେ ରହୁଥିବା ଭାରତୀୟ ମାନେ ମଧ୍ୟ ୟୁପିଆଇ କୁ ବ୍ୟବହାର କରିପାରିବେ।

ଭୁଟାନ, ନେପାଳ, ମାଲେସିଆ, ଓମାନ, ୟୁଏଇ ଭଳି ଦେଶ ଏଥିରେ ସାମିଲ ରହିଛି। ନେପାଳରେ ୟୁପିଆଇ ପ୍ଲାଟଫର୍ମକୁ ଲାଗୁ କରିବାରେ ଭାରତ ପ୍ରଥମ ଦେଶ। ଫ୍ରାନ୍ସରେ ଲାଏରା ନେଟଓ୍ଵାର୍କ ଓ UK terrapay Payxpert ହାତ ମିଳାଇ ଛନ୍ତି। ଆଗକୁ ଅଷ୍ଟ୍ରେଲିଆ, କାନାଡ଼ା, କାମ୍ବୋଡ଼ିଆ, ଭିଏତନାମ, ଜାପାନ, ତାଇଓ୍ଵାନ ଭଳି ଦେଶ ରେ ଏହି ସେବା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.