ପରଲୋକରେ ମାଲୟଲମ୍‌ ହାସ୍ୟ ଅଭିନେତ୍ରୀ ସୁବି ସୁରେଶ, ଲିଭର ଜନିତ ରୋଗରେ ଥିଲେ ପୀଡିତ

ମାତ୍ର ୪୧ ବର୍ଷରେ ଦୁନିଆକୁ ଛାଡି ଚାଲିଗଲେ ହାସ୍ୟ ଅଭିନେତ୍ରୀ ସୁବି ସୁରେଶ । ଲିଭର ଜନିତ ରୋଗରେ ଦୀର୍ଘଦିନରୁ ପୀଡିତ ଥିଲେ। ହେଲେ ଗତ ୧୫ ଦିନ ହେଲାଣି ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ସୁବି ମାଲୟଲମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ହୋଷ୍ଟ ଥିଲେ ।

ମାଲୟଲମ ହାସ୍ୟ ଅଭିନେତ୍ରୀ ତଥା ଲୋକପ୍ରିୟ ଟିଭି ହୋଷ୍ଟ ସୁଭି ସୁରେଶଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ଲିଭରଜନିତ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳେ କୋଚି ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ନିଧନ ହୋଇଛି। ସୁବି ମାଲୟଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚର୍ଚ୍ଚିତ ନାମ। ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ହୃଦୟକୁ ଛୁଇଁଥିଲେ ।

ସୁବି ସୁରେଶ ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମିମିକ୍ରି କଳାକାର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । କମେଡି ଶୋ ‘ସିନେମାଲା’ରୁ ପରିଚୟ ହାସଲ କରିଥିଲେ। ଟିଭି ଶୋ’ କରିବା ସମୟରେ ତାଙ୍କ ଅଭିନୟ ଅନେକଙ୍କ ହୃଦୟ ଜିତିଥିଲା । ତାଙ୍କୁ ପିଲାଙ୍କ ଶୋ ‘କୁଟ୍ଟୀ ପଟ୍ଟାଲମ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ଲୋକପ୍ରିୟତା କାରଣରୁ ତାଙ୍କୁ ମାଲୟଲମ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ସେ ହ୍ୟାହଜବ୍ୟାଣ୍ଡ, କଙ୍କନାସିହ୍ମାସନମ ଭଳି ଫିଲ୍ମରେ କମେଡି ରୋଲ୍‌ କରିଛନ୍ତି ।

ସୁବିଙ୍କ ମୃତ୍ୟୁରେ ମାଲୟଲମ ଇଣ୍ଡଷ୍ଟ୍ରୀ ଶୋକ ପ୍ରକାଶ କରିଛି । ଅନେକ ସେଲିବ୍ରିଟି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି। ବହୁତ କମ୍‌ ବୟସରେ ତାଙ୍କର ପରଲୋକ ହୋଇଛି। ତେବେ ଗତ ୧୫ ଦିନ ହେଲାଣି ତାଙ୍କ ସ୍ୱାସ୍ଥ୍ୟ ବିଲକୁଲ୍‌ ମଧ୍ୟ ଭଲ ନଥିଲା । ଲିଭର ଡୋନର ନେବା ପାଇଁ ପରିବାର ଲୋକ ଚେଷ୍ଟା କରୁଥିଲେ । କିନ୍ତୁ କେହି ଡୋନର ମିଳିନଥିଲେ । କମେଡି କ୍ଷେତ୍ରରେ ସେ ଜଣେ ମହିଳା ଥିଲେ । ପରିବାରର ଦେଖାଶୁଣା କରିବା ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ସୁବି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.