ହରିଣ ମାନୁଛି ଟ୍ରାଫିକ ନିୟମ, ଜେବ୍ରା କ୍ରସରେ ରାସ୍ତା ପାରକଲା ହରିଣ, ଜାପାନରୁ ଆସିଲା ଏପରି ଏକ ଭିଡିଓ

ପଶୁମାନଙ୍କୁ ଟ୍ରାଫିକ ନିୟମ ମାନୁଥିବାର ଦେଖିବାକୁ ମିଳୁଛି । କୁକୁର, ଗାଇ, ଷଣ୍ଢଠୁ ଆରମ୍ଭ କରି ଜଙ୍ଗଲି ପଶୁଙ୍କୁ ମିୟମ ମାନୁଥିବାର ଦେଖିବାକୁ ମିଳୁଛି । ଏପରି ଭିଡିଓ ଆସି ପହଁଚିଛି ଜାପାନର ନାରାରୁ । ଭିଡିଓରେ ଏକ ହରିଣକୁ ଟ୍ରାଫିକ ନିୟମ ପାଳନ କରୁଥିବାର ଦେଖିବାକୁ ମିଳୁଛି ।

କେନ୍ୟୁଜ୍‌(ବ୍ୟୁରୋ):  ଆଜିକାଲି ଦେଖିବାକୁ ମିଳୁଛି ପଶୁମାନଙ୍କୁ ଟ୍ରାଫିକ ନିୟମ ମାନୁଥିବାର । କୁକୁର, ଗାଇ, ଷଣ୍ଢଠୁ ଆରମ୍ଭ କରି ଜଙ୍ଗଲି ପଶୁଙ୍କୁ ମିୟମ ମାନୁଥିବାର ଦେଖିବାକୁ ମିଳୁଛି । ଆମକୁ କିନ୍ତୁ ଏମାନଙ୍କଠୁ କିଛି ଶିଖିବାକୁ ପଡ଼ିବ । ପ୍ରାୟ ସବୁବେଳେ ପଶୁମାନଙ୍କୁ ଟ୍ରାଫିକ ନିୟମ ମାନୁଥିବାର ଭିଡିଓ ସାମନାକୁ ଆସିଥାଏ । ଏପରି ଭିଡିଓ ଆସି ପହଁଚିଛି ଜାପାନର ନାରାରୁ । ଯାହା ବହୁ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ହରିଣକୁ ଟ୍ରାଫିକ ନିୟମ ପାଳନ କରୁଥିବାର ଦେଖିବାକୁ ମିଳୁଛି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପଶୁ ବି ଟ୍ରାଫିକ ନିୟମକୁ ବୁଝି ପାରୁଛି ଓ ପାଳନ କରୁଛି ।

ଭିଡିଓଟିରେ ଦେଖିବାକୁ ମିଳିଛି ଜାପାନର ନାରା ସ୍ଥିତ ଏକ ରାସ୍ତା କଡ଼ରେ ହରିଣ ଟିଏ ଛିଡ଼ା ହୋଇଛି । ହରିଣଟି ଧର୍ଯ୍ୟର ସହ ରାସ୍ତାରେ ଆସୁଥିବା ଟ୍ରାଫିକକୁ ଅନାଇ ବସିଛି । ହରିଣଟିକୁ ରାସ୍ତା ପାର କରିବାର ଅଛି । ଆଶ୍ଚର୍ଯ୍ୟର କଥା ହେଲା ହରିଣଟି ଜେବ୍ରାକ୍ରସ ସାମନାରେ ଛିଡ଼ା ହୋଇଛି । ମାନେ ହରିଣଟି ବୁଝିଛି ଯେ ଯେବ୍ରାକ୍ରସରେ ହିଁ ରାସ୍ତା ପାର କରିବାର ଅଛି । ଟ୍ରାଫିକ ସହ ପଥଚାରୀଙ୍କ ପାଇଁ ଲାଗିଥିବା ସିଗନାଲକୁ ହରିଣଟି ଅନାଇ ବସିଛି । ଯେତେବେଳେ ପଥଚାରୀଙ୍କ ପାଇଁ ଥିବା ସିଗନାଲ ସବୁଜ ହେଉଛି ଓ ରାସ୍ତାରେ ଆସୁଥିବା ଟ୍ରାଫିକ ଅଟକି ଯାଉଛି ଠିକ୍‌ ସେତିକି ବେଳେ ହରିଣଟି ଜେବ୍ରା କ୍ରସରେ ରାସ୍ତା ପାରି କରୁଛି । ହରିଣଟି ଧିରେ ଧିରେ ରାସ୍ତାର ଆର ପଟକୁ ଯାଇଛି । ଏହାପରେ ରାସ୍ତାରେ ପୁଣି ଟ୍ରିଫିକ ଚାଲୁ ହେଉଛି ।

ଏହି ଭିଡିଓରୁ ନିହାତି ଭାବେ ଆମକୁ କିଛି ଶିଖିବାକୁ ପଡ଼ିବ । ଯେତେବେଳେ ହରିଣଟି ଟ୍ରାଫିକ ନିୟକକୁ ପାଳନ କରିପାରୁଛି ମଣିଷ କାହିଁକି ନୁହେଁ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଅନେକ ଲୋକ ଲାଇକ ଓ କମେଣ୍ଟ କରିଛନ୍ତି । ଅଧିକାଂଶ ୟୁଜର ହରିଣକୁ ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.