ମାଧୁରୀ ଦୀକ୍ଷିତଙ୍କ ମା’ଙ୍କ ନିଧନ, ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର

ବଲିଉଡର ଧକଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ମା’ ଶ୍ରୀମତୀ ସ୍ନେହଲତା ଦୀକ୍ଷିତଙ୍କ ପରଲୋକ । ମୃତ୍ୟୁ ବେଳକୁ ୯୧ ବର୍ଷ ବୟସ ହୋଇଥିଲା। ଆଜି ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ବଲିଉଡର ଧକଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ମା’ ଶ୍ରୀମତୀ ସ୍ନେହଲତା ଦୀକ୍ଷିତଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଆଜି ସକାଳ ୮.୪୦ ମିନିଟରେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ନେହଲତାଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୩.୪୦ ମିନିଟରେ ଓ୍ଵର୍ଲିରେ ହେବ । ତେବେ ତାଙ୍କ ମା’ଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 

View this post on Instagram

 

A post shared by Madhuri Dixit (@madhuridixitnene)

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ମାଧୁରୀ । ଗତଥର ଜନ୍ମଦିନ ପାଳନ କରି ମା’ଙ୍କର ଅନେକ ଫଟୋ ସେୟାର କରିଥିଲେ ମାଧୁରୀ । ମାଧୁରୀ ଅନେକ ସମୟରେ ନିଜ ମା’ ବିଷୟରେ କହିଥାନ୍ତି । ମାଧୁରୀଙ୍କ ମା’ ତାଙ୍କର ସବୁବେଳେ ସପୋର୍ଟ କରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.