ପାଣି ବୋତଲରେ ରହିଛି ଟୟଲେଟ ସିଟ ତୁଳନାରେ ୪୦ ହଜାର ଗୁଣା ଅଧିକ ବ୍ୟାକ୍ଟେରିଆ, ରିସର୍ଚ୍ଚରୁ ହେଲା ଖୁଲାସା

ବୋତଲରେ ଅଛି ୪୦ ହଜାର ଗୁଣା ଅଧିକ ବ୍ୟକ୍ଟେରିଆ। ଆସିଥିବା ରିପୋର୍ଟ ଅନୁସାରେ ପୁନଃ ବ୍ୟବହାର କରାଯାଉଥିବା ପାଣି ବୋତଲରେ ଟଏଲଟ ସିଟ ତୁଳନାରେ ୪୦ ହଜାର ଗୁଣା ଅଧିକ ବ୍ୟାକ୍ଟେରିଆ ଥାଏ।ରିସର୍ଚ୍ଚରୁ ହେଲା ଖୁଲାସା

ପାଣି ବୋତଲ। ଯାହାର ବ୍ୟବହାର ଆମେ ସମସ୍ତେ କରୁଛେ। ନିତିଦିନିଆ ଜୀବନଶୈଳୀରେ ପାଣି ପିଇବା ପାଇଁ ଗ୍ଲାସ ଠୁ ଅଧିକ ବୋତଲକୁ ବ୍ୟବହାର କରାଯାଉଛି। କିନ୍ତୁ ଏହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଡରିଯିବେ। ବୋତଲକୁ ଧରିବା ଆଗରୁ ଏହି କଥା ଆପଣଙ୍କୁ ଅଡ଼ୁଆରେ ପକାଇବ ନିହାତି। ଆସିଥିବା ରିପୋର୍ଟ ଅନୁସାରେ ପୁନଃ ବ୍ୟବହାର କରାଯାଉଥିବା ପାଣି ବୋତଲରେ ଟଏଲଟ ସିଟ ତୁଳନାରେ ୪୦ ହଜାର ଗୁଣା ଅଧିକ ବ୍ୟାକ୍ଟେରିଆ ଥାଏ।

ୟୁଏସ ଓ୍ଵାଟର ଫିଲଟରଗୁରୁ ଡଟ କମ ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁସାରେ, ଗୋଟିଲ ପାଣି ବୋତଲରେ ରୋଷେଇ ସିଙ୍କରୁ ବି ଦୁଇଗୁଣା କୀଟାଣୁ ରହିଥାଏ। କମ୍ପ୍ୟୁଟର ମାଉସ୍‌ ରେ ଥିବା ବ୍ୟାକ୍ଟେରିଆର ୪ ଗୁଣା ତଥା ପାଳତି ପଶୁଙ୍କ ପିଇବା ଗିନାଠୁ ୧୪ ଗୁଣା ଅଧିକ ଜୀବାଣୁ ଜମା ଥାଏ। ରିସର୍ଚ୍ଚ କୁ ଦେଖିଲେ ଲୋକେ ଭୟ କରିବେ ନିଶ୍ଚୟ। କାରଣ ରିପୋର୍ଟ ଅନୁସାରେ ଅଧିକ ଦୂଷିତ ଉତ୍ପାଦ ଯେମିତିକି ଖେଳଣା, ବ୍ୟାଗ ଆଦି ତୁଳନାରେ ଦୂଷିତ ବୋତଲରେ ସଂକ୍ରମିତ ହେବାର ଶୀଘ୍ର ସମ୍ଭାବନା ଥାଏ।

ସୂଚନା ଅନୁସାରେ ବୋତଲରେ ଥିବା ଠିପି ଏହାର ସବୁଠୁ ସଫା ଭାଗ ହୋଇଥାଏ। ଯେଉଁଥିରେ ମୋଟ ବ୍ୟାକ୍ଟେରିଆର ୧୦% ସେଠାରେ ଥାଏ। ଏହି ଜୀବାଣୁରୁ ନିଜକୁ ବଞ୍ଚାଇବା ପାଇଁ ରିସର୍ଚ୍ଚର ମାନେ ଏକ ନିର୍ଦ୍ଦେଶ ଦେଇଛନ୍ତି। ଯେମିତିକି ଦିନକୁ ଅତି କମ ରେ ଗୋଟିଏ ଥର ବି ହେଉ ଗରମ ପାଣି ଓ ସାବୁନ ସାହାଯ୍ୟରେ ବୋତଲକୁ ଧୋଇବା ବା ସଫା କରିନେବା ଉଚିତ। ନଚିତ ସପ୍ତାହକୁ ଥରେ ଏହା କରିବା ଆବଶ୍ୟକ।

ବୋତଲରେ ବ୍ୟାକ୍ଟେରିଆ ର ଉପସ୍ଥିତି ର ଅଧ୍ୟୟନ କରିବା ପାଇଁ ରିସର୍ଚ୍ଚର ମାନେ ବିଭିନ୍ନ ପ୍ରକାରର ଠିପି ଆଣି ବୋତଲରେ ବ୍ୟବହାର କଲେ , ଏଥିପାଇଁ ଭିନ୍ନ ଭିନ୍ନ ସମୟ ନେଲେ। ଏଥିରେ ଦୁଇ ପ୍ରକାରର ବ୍ୟାକ୍ଟେରିଆ ଥିବାର ଜାଣିଲେ। ଗୋଟିଏ ଗ୍ରାମ ନେଗେଟିଭ ବ୍ୟାକ୍ଟେରିଆ ଅନ୍ୟ ଟି ବେସିଲସ୍‌।

ରିପୋର୍ଟ ଅନୁସାରେ ଗ୍ରାମ ନେଗେଟିଭ ବ୍ୟାକ୍ଟେରିଆ ସଂକ୍ରମଣ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନିଅନ୍ତି। ଯାହାକି ଆଣ୍ଟି ବାୟୋଟିକ ଔଷଧ ପାଇଁ ପ୍ରତିରୋଧ ହୋଇଥାଏ। ସେହିପରି ବେସିଲସ୍‌ ବ୍ୟାକ୍ଟେରିଆ ପାଇଁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ ସମସ୍ୟା ହୋଇପାରେ।

ତେବେ ଶେଷରେ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏଥିରୁ ବ୍ୟାକ୍ଟେରିଆ ବାହାରିଲେ ବି ଏହା ଶରୀର ପାଇଁ ସେତେ ବିପଦଜନକ ନୁହେଁ। ସେମାନଙ୍କ କହିବା କଥା ପାଣି ବୋତଲ ସେହି ବ୍ୟାକ୍ଟେରିଆ ଦ୍ୱାରା ଦୂଷିତ ହୋଇପାରେ ଯାହା ଲୋକଙ୍କ ମୁହଁରେ ପୂର୍ବରୁ ରହିଛି। ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.