ପଖାଳ କାହା ପାଇଁ ସଞ୍ଜିବନୀ ତ ଆଉ କାହା ପାଇଁ ଗୋଟିଏ ଦିବସ

ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଏହା କେବଳ ଓଡ଼ିଶାରେ ସୀମିତି ହୋଇ ରହିନାହିଁ ମାର୍ଚ୍ଚ-୨୦ ତାରିଖ କୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଏ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା ।

ସାଲେପୁର(କେନ୍ୟୁଜ୍‌) : ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଏହା କେବଳ ଓଡ଼ିଶାରେ ସୀମିତି ହୋଇ ରହିନାହିଁ ମାର୍ଚ୍ଚ-୨୦ ତାରିଖ କୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଏ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଯାହାକି ପଖାଳ ଦିବସ ରୂପେ ପାଳନ ହୋଇ ଆସୁଛି। କି ଧନୀ କି ଗରିବ ସମସ୍ତଙ୍କ ପାଖରେ ପଖାଳ ତାର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖୁଛି ।

pakhala

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ଆଜିର ଦିନରେ ବିଭିନ୍ନ ପରିବାର ସଦସ୍ୟ ମାନେ ଏକାଠି ହୋଇ ଏହି ପଖାଳ ର ମଜା ନେଉଛନ୍ତି । ଵିଭିନ୍ନ କିସମର ପ୍ରସ୍ତୁତ ପଖାଳ ସାଙ୍ଗକୁ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଏହି ଦିବସ ଟିକୁ ପାଳନ କରୁଛନ୍ତି। ଯାହା ଆମ ଓଡ଼ିଆଙ୍କ ପ୍ରାଣ। ପଖାଳ କାହା ପାଇଁ ସଞ୍ଜିବନୀ ତ ଆଉ କାହା ପାଇଁ ଗୋଟିଏ ଦିବସ। ଗାଁ ଗହଳିରେ ପଖାଳ ନିତିଦିନିଆ । ସକାଳୁ ସକାଳୁ ପଖାଳ କଂସାଏ ଖାଇ ଦେଇ ଯିଏ ଯାହାର କାମରେ ବାହାରି ଯାଆନ୍ତି। ପଖାଳ ଓଡ଼ିଆଙ୍କ ପାଇଁ କିଛି ସ୍ୱତନ୍ତ୍ର ଦିନ ନ ଥାଏ। ହେଲେ ଏବେ ଏହା ଏକ ଟ୍ରେଣ୍ଡ ହେଇଗଲାଣି। ହୋଟେଲ ମାନଙ୍କରେ ପଖାଳକୁ ନେଇ ସ୍ୱତନ୍ତ୍ର ଅଫର ମଧ୍ୟ ଦେଇଥାନ୍ତି।

salepur

ଦୈନନ୍ଦିନ ଜୀବନର ଖାଦ୍ୟ ଭିତରେ ପଖାଳ ସଦା ସର୍ବଦା ସର୍ବଗେ ରହି ଆସିଚି। ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଳିତ । ହେଲେ ଏହି ସବୁ ରାଜ୍ୟରେ ପଖାଳର ଭିନ୍ନ ଭିନ୍ନ ନାମ ମଧ୍ୟ ରହିଛି। ଆସାମରେ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ” ଓ ଛତିଶଗଡ଼ରେ ପଖାଳ ବା “ବୋରେ ଭାତ” ବୋଲି କୁହନ୍ତି । ତାମିଲନାଡୁରେ ପଖାଳ କୁ ବକାଳ ବାତ ବୋଲି କୁହନ୍ତି ।

ପଖାଳ କେବଳ ଖରା ଦିନରେ ପେଟକୁ ଥଣ୍ଡା ପାଇଁ ଖାଇନଥାନ୍ତି। ପଖାଳରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଚାଇଁ ପଖାଳ ଖାଇଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ରୋଗ ଦୂର ହୋଇଥାଏ ବୋଲି ବହୁ ଲୋକ କହି ଥାଆନ୍ତି ।

ଖରା ଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ ବଢି ଯାଇଥାଏ । ଧୁ ଧୁ ଖରା ବେଳେ ତୁଣ୍ଡରେ ପଖାଳ ତୋରାଣି ଟିକେ ବାଜି ଗଲେ ଭାରି ଶାନ୍ତି ମିଳେ । କୃଷି ପ୍ରଧାନ ଆମ ରାଜ୍ୟ । ତେଣୁ ସୁରୂଜ ଉଇଁଲା ବେଳକୁ ଚଷା ଭାଇର ଘରେ ଧାଁ ଦଉଡ଼ । ତା’ରି ଭିତରେ ସଜ ହେବ ଦିନ ବେଳାର ଖାଦ୍ୟପେୟ । ସେଥିପାଇଁ ଘରେ ମାଇପିଙ୍କୁ ଆଉ ସମୟ ନାହିଁ ।

ସେପଟେ ପଖାଳ ତିଆରି କରିବା ପାଇଁ ଲାଗି ପଡ଼ିଲେଣି । ଚାଉଳ ପାଛୁଡ଼ା ଓ ପରିବା କଟାକଟି ଆଦି ଚାଲିଲାଣି । ଚୁଲି ଲାଗିଲାଣି ପଖାଳ ତିଆରି ପାଇଁ ଘରେ ସମସ୍ତେ ଆରମ୍ଭ କରି ଦେଲେଣି ନିଜ ନିଜର କାମ ।  ଖୋର୍ଦ୍ଧା ଜିଲ୍ଲା ଧଉଳି ସ୍ଥିତ ଗୋପୀନାଥପୁର ଗାଁର ପ୍ରାଚୀ ମହାପାତ୍ରଙ୍କ ଘର । ପ୍ରାଚୀଙ୍କ ହାତ ରନ୍ଧା ପଖାଳର ଖୁବ୍ ଚାହିଦା ରହିଛି । ପ୍ରାଚୀ ମହାପାତ୍ର ପ୍ରତି ବର୍ଷ ଖରା ଦିନେ ପ୍ରସ୍ତୁତ କରିଥାନ୍ତି ଏମିତିଆ ସ୍ପେଶାଲ ପଖାଳ ।

bengalur

ସେହିପରି ବେଙ୍ଗାଳୁରୁର ସର୍ବ ପୁରାତନ ଏବଂ ପ୍ରଥମ ଓଡ଼ିଆ ସଂଘଠନ Odisha Cultural Association ପକ୍ଷରୁ ବେଙ୍ଗାଳୁରୁ ବେଳେନ୍ଦୁର ଆଦର୍ଶ ପାମ ରିଟ୍ରେଟ କ୍ଳବ ହାଉସ ଠାରେ ମଧ୍ଯ ଏହି ପଖାଳ ଦିବସ ପାଳିତ ହୋଇଛି । ଦହି ପଖାଳ ସାଙ୍ଗକୁ ମାଛ ଭଜା,ଚିଙ୍ଗୁଡ଼ି ଭଜା ଓ ଚୂନା ମାଛ ଭଜା, ବଡ଼ିଚୁରା, ଶାଗ ଆମ୍ବୁଲ ଖଟା ର ବେଶ ମଜା ନେଇଥିଲେ ପ୍ରବାସୀ । ତେବେ ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଶେଷରେ ସମସ୍ତେ ଏକତ୍ରିତ ହୋଇ ପଖାଳ ଖାଇଥିଲେ ।

mumbai

ନଭି ମୁମ୍ବାଇ ନେରୁଲ ସେକ୍ସର ୧୮ରେ ଆଖଣ୍ଡଳମଣି ପୂଜା କମିଟି ପକ୍ଷରୁ ବି ପଖାଳ ଦିବସ ମହା ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି। ଆଖଣ୍ଡଳମଣି ପୂଜା କମିଟି ଦ୍ୱାରା ଦୀର୍ଘ ସତେଇଶ ବର୍ଷ ହେଲା ପ୍ରତି ସୋମବାର ରାତି ୮ଟା ରେ ବାବା ଆଖଣ୍ଡଳମଣି ଙ୍କ ମେଳା ଅନୁଷ୍ଠିତ ହୋଇଆସୁଅଛି। ଗତକାଲି ଅର୍ଥାତ୍ ରବିବାର କମିଟି ତରଫରୁ ଦହିପଖାଳ, ଶାଗ ଭଜା, ଛୁଇଁ ଭଜା, ଆଳୁ ବାଇଗଣ ଭର୍ତ୍ତା, କଲରା ଚିପ୍ସ, ହୋଇଥିଲା। ନଭି ମୁମ୍ବାଇର ବିଭିନ୍ନ ସ୍ଥାନ ଯେମିତି ନେରୁଲ, ଉଲୱେ, କାମଠେ, ପନୱେଲ ରୁ ପ୍ରାୟ ୬୦ ରୁ ୭୦ଲୋକ ଉପସ୍ଥିତ ରହି ପଖାଳର ମଜା ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.