କପିଲ ଦେବଙ୍କ ଭୂମିକାରେ ରଣବୀର ସିଂ, ବାସ୍ତବିକ ହେବ ୮୩ବିଶ୍ବକପ୍ ଛବି

ମୁମ୍ବାଇ : ଭାରତୀୟ କ୍ରିକେଟ ଇତିହାସରେ ଏକ ବଡ଼ ଐତିହାସିକ ବର୍ଷ ହେଉଛି ୧୯୮୩। ଏହି ମସିହାରେ ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ଜିତିଥିଲା। ଯଦି ଆପଣ ଏହି ଦିନକୁ ଦେଖି ନାହାନ୍ତି ଅଥବା ଭୁଲି ଯାଇଛନ୍ତି ତେବେ ଏହାକୁ ପୁଣିଥରେ ମନେ ପକାଇବା ପାଇଁ ଫେରିଆସିଛନ୍ତି ବଲିଉଡ଼ର ଏନଜେଟିକ୍ କଳାକାର ରଣବୀର ସିଂ। ଆଜ୍ଞା ହଁ, ବିଶ୍ବ କପ୍ ୧୯୮୩ ମସିହା ଉପରେ ଆଧାରିତ ଫିଲ୍ମରେ କପିଲ ଦେବ ଭାବେ ନଜର ଆସିବାକୁ ଯାଉଛନ୍ତି ରଣବୀର ସିଂ।

kapil dev 2

ସୂଚନାନୁଯାୟୀ, ନିର୍ଦ୍ଦେଶକ କବୀର ଖାନଙ୍କ ସହ ବାୟୋପିକ୍ ୮୩ ଫିଲ୍ମର ପ୍ରସ୍ତୁତିରେ ରହିଛନ୍ତି ଅଭିନେତା ରଣବୀର ସିଂ। ଏନେଇ ଦୁହିଁଙ୍କୁ ମୁମ୍ବାଇର ଏକ ଖେଳ ପଡ଼ିଆରେ ଦେଖିବାକୁ ମିଳିଛି। ଏହି ଐତିହାସିକ ଫିଲ୍ମରେ ରଣବୀର କପିଲ ଦେବଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ପୂର୍ବେ ୨୦୧୭ ମସିହାରେ ରଣବୀର ଏହି ଫିଲ୍ମ ବିଷୟରେ ଘୋଷଣା କରିଥିଲେ ହେଁ ଏନେଇ ଆଉ କୌଣସି ଖବର ମଝିରେ ଶୁଣିବାକୁ ମିଳିନଥିଲା।

kapil dev

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.