Below header

ଲଖୀମ୍‌ପୁର ଖେରୀ: ଆବାସିକ ସ୍କୁଲରେ ଏକାସାଥୀରେ ୪୦ ପିଲା କୋଭିଡ୍‌ ପଜିଟିଭ୍‌, ପ୍ରଶାସନ ନେଲା ଗମ୍ଭୀର ପଦକ୍ଷେପ

ଉତ୍ତର ପ୍ରଦେଶର ଲଖୀମପୁର ଖେରୀରେ କରୋନାର ୪୦ଟି ମାମଲା ସାମ୍ନାକୁ ଆସିଛି। ଏକାସାଥୀରେ ଏତେ ପଜିଟିଭ ମାମଲା ନିଶ୍ଚିତ ହେବା ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ସମସ୍ତ ପଜିଟିଭ ରୋଗୀ ହେଲେ ସ୍କୁଲ ଛାତ୍ରୀ।

କିଛି ମାସ ଥଣ୍ଡା ପଡ଼ିବା ପରେ ପୁଣି ଡରାଇଲାଣି କରୋନା। ଦେଶର ବିଭିନ୍ନ ରାଜ୍ୟରେ ମାମଲା ବଢ଼ିବାରେ ଲାଗିଛି। ଏବେ ଉତ୍ତର ପ୍ରଦେଶର ଲଖୀମପୁର ଖେରୀରେ କରୋନାର ୪୦ଟି ମାମଲା ସାମ୍ନାକୁ ଆସିଛି। ଏକାସାଥୀରେ ଏତେ ପଜିଟିଭ ମାମଲା ନିଶ୍ଚିତ ହେବା ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ସମସ୍ତ ପଜିଟିଭ ରୋଗୀ ହେଲେ ସ୍କୁଲ ଛାତ୍ରୀ, ଯେଉଁମାନଙ୍କଠାରେ ଲକ୍ଷଣ ମିଳିବା ପରେ ଟେଷ୍ଟ କରାଯାଇଥିଲା। ଟେଷ୍ଟିଂ ପରେ ସେମାନଙ୍କଠାରେ କରୋନା ଭାଇରସ୍‌ ଥିବା ଜଣାପଡ଼ିଛି।

ଲଖୀମପୁର ଖେରୀର ମିତୌଲିସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା, ଯାହା ପରେ ସେମାନଙ୍କୁ ପରୀକ୍ଷା କରାଯାଇଥିଲା। ଟେଷ୍ଟରେ ସମସ୍ତଙ୍କ ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ସ୍କୁଲ ପରିସରରେ ଏକପ୍ରକାର ଉତ୍ତେଜନା ଦେଖାଦେଇଥିଲା।

ଲଖୀମପୁର ଖେରୀର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଶାସନ ମିତୌଲି ପଠାଇଛି। ସେଠାରେ ସେ ରୋଗୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ପାରିବେ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବାସିକ ସ୍କୁଲକୁ ମେଡିସିନ୍ କିଟ୍ ଉପଲବ୍ଧ କରାଯିବା ସହିତ ଜରୁରୀ ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯାଇଛି। ତେବେ ବର୍ତ୍ତମାନ ପଜିଟିଭ ରୋଗୀଙ୍କ ଅବସ୍ଥା ଗୁରୁତର ନ ଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.