ହ୍ଵାଟ୍ସଆପ୍‌ ଆଣିଲା କମାଲ୍‌ ଫିଚର, ଏବେ ଲାପଟପରେ ବି ହେବ ଅଡିଓ-ଭିଡିଓ କଲ୍‌

କଣ ଆପଣ ବି ଓ୍ଵିଣ୍ଡୋଜ୍‌ ୟୁଜର ଏବଂ ହ୍ଵାଟ୍ସଆପ କଲିଙ୍ଗର ସୁବିଧା ନିଜ ଲାପଟପରେ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଏହି ଇଚ୍ଛାକୁ ମେଟା ପୂରା କରିବାକୁ ଯାଉଛି । ମେଟା ଓ୍ଵିଣ୍ଡୋଜ୍‌ ୟୁଜରଙ୍କ ପାଇଁ ହ୍ଵାଟ୍ସଆପ୍‌ ଆପ୍‌ ଲଞ୍ଚ୍‌ କରିଦେଇଛି । ଯେଉଁଥିରେ ୟୁଜର୍ସଙ୍କୁ ଅଡିଓ ଏବଂ ଭିଡିଓ କଲିଙ୍ଗର ସୁବିଧା ମିଳିବ । ତାହେଲେ ଆସନ୍ତୁ ଏହା ବିଷୟରେ ଜାଣିବା ଡିଟେଲରେ ।

କଣ ଆପଣ ବି ଓ୍ଵିଣ୍ଡୋଜ୍‌ ୟୁଜର ଏବଂ ହ୍ଵାଟ୍ସଆପ କଲିଙ୍ଗର ସୁବିଧା ନିଜ ଲାପଟପରେ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଏହି ଇଚ୍ଛାକୁ ମେଟା ପୂରା କରିବାକୁ ଯାଉଛି । ମେଟା ଓ୍ଵିଣ୍ଡୋଜ୍‌ ୟୁଜରଙ୍କ ପାଇଁ ହ୍ଵାଟ୍ସଆପ୍‌ ଆପ୍‌ ଲଞ୍ଚ୍‌ କରିଦେଇଛି । ଯେଉଁଥିରେ ୟୁଜର୍ସଙ୍କୁ ଅଡିଓ ଏବଂ ଭିଡିଓ କଲିଙ୍ଗର ସୁବିଧା ମିଳିବ । ତାହେଲେ ଆସନ୍ତୁ ଏହା ବିଷୟରେ ଜାଣିବା ଡିଟେଲରେ ।

ସାରାଦୁନିଆରେ ହ୍ଵାଟ୍ସଆପ୍‌ ସବୁଠୁ ଅଧିକ ବ୍ୟବହାର ହେଉଥିବା ଲୋକପ୍ରିୟ ଆପ୍‌ । ଇନଷ୍ଟାଣ୍ଡ ମେସେଜିଙ୍ଗ ପ୍ଲାଟଫର୍ମରେ ହ୍ଵାଟ୍ସଆପର ନାମ ପ୍ରଥମ ଆସେ । ଏହି ପ୍ଲାଟଫର୍ମକୁ ଆପଣ ଓ୍ଵିଣ୍ଡୋଜ୍‌, ଆଣ୍ଡ୍ରଏଡ ଏବଂ ଆଇଓଏସ ତିନିଟି ପ୍ଲାଟଫର୍ମରେ ୟୁଜ୍‌ କରିପାରିବେ । ଓ୍ଵିଣ୍ଡୋଜ୍‌ ୟୁଜର୍ସ ବହୁତ ଦିନ ଧରି ଅଭିଯୋଗ କରିଆସୁଥିଲେ ଯେ ସେମାନଙ୍କୁ ହ୍ଵାଟ୍ସଆପ୍‌ କଲିଙ୍ଗର ଅପ୍ସନ ମିଳୁନାହିଁ ।

ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୂଜର୍ସଙ୍କୁ ଭଏସ ଓ ଭିଡିଓ କଲିଙ୍ଗର ଅପ୍ସନ ମିଳୁଛି କିନ୍ତୁ ହ୍ଵାଟ୍ସଆପ୍‌ ୱେବ କିମ୍ବା ହ୍ଵାଟ୍ସଆପ୍‌ ଓ୍ଵିଣ୍ଡୋଜ ଆପରେ ଏହି ସୁବିଧା ମିଳୁନଥିଲା । ବର୍ତ୍ତମାନ ମେଟା ୟୁଜର୍ସଙ୍କ ଏହି ଇଚ୍ଛାକୁ ପୂରା କରିବାକୁ ଯାଇ ଏହାର ନୂଆ ଭର୍ସନକୁ ଲଞ୍ଚ୍‌ କରିଦେଇଛି । ଯେଉଁଥିରେ ଓ୍ଵିଣ୍ଡୋଜରେ ମଧ୍ୟ ୟୁଜର୍ସଙ୍କୁ ହ୍ଵାଟ୍ସଆପ୍‌ କଲିଙ୍ଗର ସୁବିଧା ମିଳିବ ।

whatsappହ୍ଵାଟ୍ସଆପର ନୂଆ ଆପ୍‌ ଲଞ୍ଚ୍‌

ଏହି ଫିଚର ସାହାଯ୍ୟରେ ୟୁଜର୍ସଙ୍କୁ କୌଣସି ବି ଗ୍ରୁପ ଭିଡିଓ କଲରେ ୮ ଜଣ ଲୋକଙ୍କ ସହ ଯୋଡି ରହିବାର ସୁବିଧା ମିଳିବ । ଏହାବ୍ୟତୀତ ନୂଆ ଆପରେ ୟୁଜର୍ସଙ୍କୁ ୩୨ ଜଣ ଲୋକଙ୍କ ସହିତ ଡେସ୍କଟପରୁ ଅଡିଓ କଲ୍‌ କରିବାର ସୁବିଧା ମିଳିବ । ଅର୍ଥାତ୍‌ ଏବେ ୟୁଜର୍ସ ଡେସ୍କଟପ ଏବଂ ଲାପଟପରେ ହ୍ଵାଟ୍ସଆପ୍‌ ୟୁଜ୍‌ କରି ଅଡିଓ ଏବଂ ଭିଡିଓ କଲିଙ୍ଗ କରିପାରିବେ । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚର ବର୍ତ୍ତମାନ ୱେବ ଭର୍ସନରେ ଉପଲବ୍ଧ ହାଇନାହିଁ ।

ଏହି ଫିଚରର ସୂଚନା ବତାଇ ମାର୍କ ଜୁକରବର୍ଗ ଲେଖିଛନ୍ତି,‘ଓ୍ଵିଣ୍ଡୋଜ୍‌ ପାଇଁ ନୂଆ ହ୍ଵାଟ୍ସଆପ୍‌ ଆପ୍‌ ଲଞ୍ଚ୍‌ କରାଯାଉଛି । ଏବେ ଆପଣ ୮ ଜଣ ଲୋକଙ୍କ ସହ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ଭିଡିଓ କଲ୍ସ ଏବଂ ୩୨ ଲୋକଙ୍କୁ ଅଡିଓ କଲ୍‌ ଏହି ଆପ୍‌ ଜରିଆରେ କରିପାରିବେ ।

କଲିଙ୍ଗ ବ୍ୟାତୀତ ଆଉ କଣସବୁ ଫାଇଦା ମିଳିବ ଜାଣନ୍ତୁ

ହ୍ଵାଟ୍ସଆପର ନୂଆ ମାଲିକାନା ଅଧିକାର ଏବେ ମେଟା ପାଖରେ ରହିଛି । ମେଟା ଏବେ ହ୍ଵାଟ୍ସଆପ୍‌ ପୂର୍ବ ମୁକାବିଲାରେ ଆହୁରି ଅଧିକ ସ୍ପିଡରେ ଡେସ୍କଟପରେ ଲୋଡ କରିବ । ନୂଆ ଆପ୍ଲିକେସନ୍‌ ଏପରି ଇଣ୍ଟରଫେସରେ ପ୍ରସ୍ତୁତ କରାଯାଇଛି, ଯାହା ଓ୍ଵିଣ୍ଡୋଜ୍‌ ଏବଂ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଫ୍ୟାମିଲାର ହେବ ।

ନୂଆ ଆପରେ ଡିଭାଇସେଜର ଉତ୍ତମ ସିଙ୍କିଙ୍ଗ୍‌, ଲିଙ୍କ୍‌ ପ୍ରିଭ୍ୟୁ ଏବଂ ଷ୍ଟିକର୍ସ ଭଳି ନୂଆ ଫିଚର୍ସ ମିଳିବ । ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପର ପେରେଣ୍ଟ କମ୍ପାନୀ ମେଟା ଜଣାଇଛି ଯେ ନିଜର ଲିମିଟ୍ସକୁ ସମୟ ସହିତ ଆଗକୁ ବଢ଼ାଇବ, ଯାହାଦ୍ୱାରା ୟୁଜର୍ସ ସବୁବେଳେ ନିଜ ଫ୍ୟାମିଲୀ ଏବଂ ଫ୍ରେଣ୍ଡସଙ୍କ ସହ କନେକ୍ଟ ହୋଇ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.