ଇନ୍ଦୋରରେ ରାମନବମୀରେ ଅଘଟଣ, ମନ୍ଦିରର ଛାତ ଭୁଶୁଡିବାରୁ କୂଅରେ ଖସିପଡିଲେ ୨୫ରୁ ଅଧିକ ଲୋକ

ମଧ୍ୟପ୍ରଦେଶ ଇନ୍ଦୋରରେ ରାମନବମୀରେ ଖସିଲା ବେଲେଶ୍ୱର ମହାଦେବ ମନ୍ଦିରର ଛାତ । ମନ୍ଦିର ପରିସରରେ ଥିବା ଏକ କୂଅରେ ଖସିପଡିଲେ ୨୫ ଜଣ ଲୋକ । ରାମନବମୀ ଯୋଗୁଁ ମନ୍ଦିରରେ ହୋଇଥିଲା ପ୍ରବଳ ଭିଡ ।

ଇନ୍ଦୋରର ରାମ ନବମୀରେ ବଡ ଅଘଟଣ ଘଟିଛି । ସ୍ନେହାଗର ନିକଟସ୍ଥ ପଟେଲ ନଗରସ୍ଥିତ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଛାତ ଭୁଶୁଡିବା ଯୋଗୁଁ ୨୫ରୁ ଅଧିକ ଲୋକ ଫଶିଥିବା ସୂଚନା ମିଳିଛି। ଛାତ ଖସିପଡିବାରୁ ମନ୍ଦିର ପରିସରରେ ଥିବା କୂଅରେ ଖସି ପଡିଥିଲେ ଲୋକେ । ୫୦ ଫୁଟ କୁଅରେ ଫଶିଛନ୍ତି ଲୋକେ । ପଡ଼ିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଦୁର୍ଘଟଣା ପରେ ମଧ୍ୟ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଗାଡି ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପହଞ୍ଚିପାରିନଥିଲେ। କିଛି ଲୋକଙ୍କୁ କୌଣସି ପ୍ରକାରେ ବାହାରକୁ ଅଣାଯାଇଥିଲା । ରାମନବମୀ ପାଇଁ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ।

ଘଟଣା ଉପରେ ସଂପୂର୍ଣ୍ଣ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ । ନଗର ନିଗମର ଜେସିବି ଭିତରକୁ ଯାଇଛି । ଗୋଟେ କାନ୍ଥ ଭଙ୍ଗାଯାଇଛି । ଲୋକଙ୍କୁ ଉଦ୍ଧାର କରିବାରେ ସମସ୍ୟା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.