ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଆଉ ଏକ ଖୁସି ଖବର, ବଢିବ ଘର ଭଡ଼ା ଭତ୍ତା

 କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ।ବଢ଼ିବ House Rent Allowance।  ବିଗତ ଦିନରେ ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ ବର୍ତ୍ତମାନ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ବା HRA ମଧ୍ୟ ବୃଦ୍ଧି ହେବାକୁ ଯାଉଛି । 

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର । ବିଗତ ଦିନରେ ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ ବର୍ତ୍ତମାନ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ବା HRA ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ନିକଟ ଅତୀତରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା 4% ବୃଦ୍ଧି କରିଛନ୍ତି। ଯାହା ପରେ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ଡିଏ ପାଇବେ । ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ ସରକାର ଘର ଭଡ଼ା ଭତ୍ତା ବା House Rent Allowance ମଧ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଖୁବ ଶୀଘ୍ର HRA ବିଷୟରେ ଘୋଷଣା କରିପାରନ୍ତି ..

କେନ୍ଦ୍ର ସରକାର ମଧ୍ୟ ଖୁବ୍ ଶୀଘ୍ର ଘର ଭଡ଼ା ଭତ୍ତା ବା HRA ବୃଦ୍ଧି କରିପାରନ୍ତି । ଏଥିପାଇଁ କେନ୍ଦ୍ର ସରକାର ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି । ସୂଚନା ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରକାର HRA ବୃଦ୍ଧି କରିପାରନ୍ତି । ଯଦି ମହଙ୍ଗା ଭତ୍ତା ୫୦% ରେ ପହଞ୍ଚେ, ତେବେ ସେହି କ୍ଷେତ୍ରରେ ସରକାର ଘର ଭଡ଼ା ଭତ୍ତା କୁ ସଂଶୋଧନ କରିପାରିବେ । ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ମହଙ୍ଗା ଭତ୍ତା ୪୨% ହୋଇଛି । ଜାଣି ରଖନ୍ତୁ ଯେ ଜୁଲାଇ ୨୦୨୧ରେ ଯେତେବେଳେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୫ % ଅତିକ୍ରମ କରିଥିଲା, ତା’ପରେ ସରକାର HRA ସଂଶୋଧନ କରିଥିଲେ। ଯାହା ପରେ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟିଥିଲା ।

ବର୍ତ୍ତମାନ ଯେତେବେଳେ ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବ, ସେତେବେଳେ ସରକାର ପୁଣି ଥରେ HRA ସଂଶୋଧନ କରିପାରନ୍ତି । ସୂଚନା ଅନୁସାରେ ଏଥର ସରକାର ଘର ଭଡା ଭତ୍ତା ୩% ବୃଦ୍ଧି କରିପାରନ୍ତି । ବର୍ତ୍ତମାନ କର୍ମଚାରୀମାନେ ୨୭% ହାରରେ HRA ପାଉଛନ୍ତି । ଅର୍ଥାତ୍ ଏହା ଆଗକୁ ୩୦ ପ୍ରତିଶତକୁ ବୃଦ୍ଧି ପାଇପରେ । ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହା (HRA) ୩୦% ହେବ ସେତେବେଳେ ହେବ ଯେତେବଳେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦% କୁ ବୃଦ୍ଧି ପାଇବ ।

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, CPI-IW ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.