ମାନହାନୀ ମାମଲା : ରାହୁଲ ଗାନ୍ଧୀଙ୍କୁ ସମନ କଲା ପାଟନା କୋର୍ଟ

କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଏପ୍ରିଲ ୧୨ ତାରିଖରେ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ପାଟନାର ଏକ କୋର୍ଟ ସମନ କରିଛି । ‘ମୋଦି ସରନେମ’ ଟିପ୍ପଣୀ ଉପରେ ଦେଇଥିବା ମନ୍ତବ୍ୟ ନେଇ ବିଜେପି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶିଲ କୁମାର ମୋଦି ପାଟନା କୋର୍ଟରେ ଏକ ମାନହାନୀ ପିଟିସନ ଫାଇଲ କରିଥିଲେ । କୋର୍ଟରେ ହାଜର ହେବାକୁ ରାହୁଳ ଗାନ୍ଧୀଙ୍କ ଓକିଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପାଟନା : କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଏପ୍ରିଲ ୧୨ ତାରିଖରେ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ପାଟନାର ଏକ କୋର୍ଟ ସମନ କରିଛି । ‘ମୋଦି ସରନେମ’ ଟିପ୍ପଣୀ ଉପରେ ଦେଇଥିବା ମନ୍ତବ୍ୟ ନେଇ ବିଜେପି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶିଲ କୁମାର ମୋଦି ପାଟନା କୋର୍ଟରେ ଏକ ମାନହାନୀ ପିଟିସନ ଫାଇଲ କରିଥିଲେ । କୋର୍ଟରେ ହାଜର ହେବାକୁ ରାହୁଳ ଗାନ୍ଧୀଙ୍କ ଓକିଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକରେ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ସବୁ ମୋଦୀ ସାଙ୍ଗିଆ ଧାରି କାହିଁକି ଚୋର ? ସେ ଆହୁରି କହିଥିଲେ, ନୀରବ ମୋଦି ଏବଂ ଲଲିତ ମୋଦି ହଜାର ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଛନ୍ତି ।

ସୁଶିଲ କୁମାର ମୋଦିଙ୍କୁ ଛାଡି, ପୂର୍ବତନ ମନ୍ତ୍ରୀ ନୀତିନ ନବୀନ, ବାଙ୍କିପୁର ଏମଏଲଏ, ବିଜେପି ନେତା ସଂଜୀବ ଚୌରାସିଆ ଓ ମନୀଷ କୁମାର, BJYM ନେତା ସେମାନଙ୍କର ଷ୍ଟେଟମେଣ୍ଟ ମଧ୍ୟ କୋର୍ଟରେ ଦେଇଛନ୍ତି । ସୁରତ କୋର୍ଟଙ୍କ ଦଣ୍ଡବିଧାନ ପରେ କଂଗ୍ରେସ ଏହାକୁ ଗୁରୁତର ଭାବେ ନେଇଛି । ତେଣୁ ରାହୁଲ ଗାନ୍ଧୀ ପାଟନା ଏମପି-ଏମଏଲଏ କୋର୍ଟରେ ହାଜର ହୋଇ ପାରନ୍ତି ।

ମାର୍ଚ୍ଚ ୨୩ ରେ ସୁରତ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦି ସରନେମ ଉପରେ ଦେଇଥିବା ମନ୍ତବ୍ୟ ନେଇ ଦଣ୍ଡ ବିଧାନ କରିଥିଲେ । ଯାହାଫଳରେ ଲୋକସଭାରୁ ତାଙ୍କର ସଦସ୍ୟତା ରଦ୍ଧ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.