Below header

ଡାଇବେଟିସ୍ ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଫଳ, ନିମିଷକେ ବଢାଇଦିଏ ରକ୍ତଶର୍କରା

ମଧୁମେହ ଲୋକଙ୍କୁ ପ୍ରତିଦିନ ବ୍ୟାୟାମ କରିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ସନ୍ତୁଳିତ ଖାଦ୍ୟ କଥା ଆସିଲେ ଫଳର ନାମ ପ୍ରଥମେ ଆସିଥାଏ। କିନ୍ତୁ ମଧୁମେହ ରୋଗୀଙ୍କୁ ସବୁ ଫଳ ଖାଇବା କଥା ନୁହେଁ କାରଣ ଅଧିକାଂଶ ଫଳରେ ଶର୍କରାର ପରିମାଣ ଅଧିକ ଥାଏ।

ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଧୁମେହ ଲୋକଙ୍କୁ ପ୍ରତିଦିନ ବ୍ୟାୟାମ କରିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ସନ୍ତୁଳିତ ଖାଦ୍ୟ କଥା ଆସିଲେ ଫଳର ନାମ ପ୍ରଥମେ ଆସିଥାଏ। କିନ୍ତୁ ମଧୁମେହ ରୋଗୀଙ୍କୁ ସବୁ ଫଳ ଖାଇବା କଥା ନୁହେଁ କାରଣ ଅଧିକାଂଶ ଫଳରେ ଶର୍କରାର ପରିମାଣ ଅଧିକ ଥାଏ। ଏପରି ୫ଟି ଫଳ ଅଛି ଯାହା ମଧୁମେହ ରୋଗୀଙ୍କୁ ଖାଇବା କଥା ନୁହେଁ। ଆସନ୍ତୁ ଜାଣିବା ସେହି ୫ଟି ଫଳ ବିଷୟରେ…

ସପୁରୀ : ମଧୁମେହ  ରୋଗୀଙ୍କୁ ସପୁରୀ ପଣସ ଖାଇବା କଥା ନୁହେଁ, କାରଣ ଏଥିରେ ଶର୍କରାର ପରିମାଣ ଅଧିକ ଥାଏ। ଏହାକୁ ଖାଇଲେ ରକ୍ତରେ ଗ୍ଲୁକୋଜର ପରିମାଣ ଅଚାନକ ବଢିପାରେ।

ତରଭୁଜ : ତରଭୁଜରେ ଶର୍କରାର ମାତ୍ରା ଅଧିକ ଓ ଗ୍ଲାଇସେମିକ୍‌ ଇଣ୍ଡେକ୍ସ୍‍ ମାତ୍ରା (୭୬) ଥାଏ, ଯାହା ରକ୍ତରେ ଶର୍କରାର ମାତ୍ରା ଶୀଘ୍ର ବଢିଥାଏ। ଏଥିପାଇଁ ମଧୁମେହ ରୋଗୀଙ୍କୁ ତରଭୁଜ ଖାଇବା କଥା ନୁହେଁ।

ଆମ୍ବ : ଆମ୍ବ ଏପରି ଫଳ ଯାହା ବିଶ୍ୱ ସାରା ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ଗରମ ଦିନରେ ଏହାର ଚାହିଦା ଅଧିକ ରହିଥାଏ। କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିଷ ଭଳି କାମ କରିଥାଏ। ଏହାକୁ ଖାଇଲେ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ।

କଦଳୀ : ବର୍ଷର ସବୁ ସମୟରେ କଦଳୀ ମିଳିଥାଏ। ଏହା ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ଭଲ ହୋଇନଥାଏ। ଏଥିରେ ଗ୍ଲାଇସେମିକ୍‌ ଇଣ୍ଡେକ୍ସ୍‍ ମାତ୍ରା (୬୨) ଥାଏ, ଯାହା ମଧୁମେହ ରୋଗୀଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଲିଚି: ଲିଚି ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଖରାପ ହୋଇଥାଏ। ଲିଚିରେ ଶର୍କରାର ପରିମାଣ ୧୬ ଗ୍ରାମ୍‌ ଥାଏ। ଏହାକୁ ଖାଇବା ପାଇଁ ଡାକ୍ତର ମନା କରିଥାନ୍ତି।

ଯଦି ଆପଣ ରକ୍ତରେ ଶର୍କରାର ପରିମାଣ କମାଇବାକୁ ଚାହାଁନ୍ତି, ତାହାହେଲେ ଏହି ସବୁ ଫଳ ଖାଆନ୍ତୁ ନାହିଁ । ଯଦି ଏହି ସବୁ ନ ଖାଇବା ପରେ ରକ୍ତରେ ଶର୍କରାର ପରିମାଣ କମୁ ନାହିଁ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.