ମୁକେଶ ଅମ୍ବାନୀ ପୁରୁଣା କର୍ମଚାରୀଙ୍କୁ ଉପହାର କଲେ ୧୫୦୦ କୋଟିର ୨୨ ମହଲା କୋଠା! ଜାଣନ୍ତୁ କିଏ ଏହି ଖାସ୍ ବ୍ୟକ୍ତି
ମୁକେଶ ଅମ୍ବାନୀ ନିକଟରେ ନିଜର ଜଣେ ପୁରୁଣା କର୍ମଚାରୀଙ୍କ ପାଇଁ ୧,୫୦୦ କୋଟି ଟଙ୍କା ମୂଲ୍ୟର ଘର କିଣିଛନ୍ତି। ବର୍ଷ ବର୍ଷ ଧରି ରିଲାଏନ୍ସ ପାଇଁ କାମ କରୁଥିବା ମନୋଜ ମୋଦିଙ୍କୁ ମୁକେଶ ଏକ ୨୨ ମହଲା କୋଠା ଉପହାର ଦେଇଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ତଥା ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ବଡ଼ ବ୍ୟାଙ୍କ ବାଲାନ୍ସ ନାହିଁ, ବରଂ ତାଙ୍କର ବିଶାଳ ହୃଦୟ ମଧ୍ୟ ରହିଛି। କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଛିଡ଼ା ହେଉଥିବା ମୁକେଶ ଅମ୍ବାନୀ ନିକଟରେ ନିଜର ଜଣେ ପୁରୁଣା କର୍ମଚାରୀଙ୍କ ପାଇଁ ୧,୫୦୦ କୋଟି ଟଙ୍କା ମୂଲ୍ୟର ଘର କିଣିଛନ୍ତି।
ବର୍ଷ ବର୍ଷ ଧରି ରିଲାଏନ୍ସ ପାଇଁ କାମ କରୁଥିବା ମନୋଜ ମୋଦିଙ୍କୁ ମୁକେଶ ଏକ ୨୨ ମହଲା କୋଠା ଉପହାର ଦେଇଛନ୍ତି। ଏହି ସମ୍ପତ୍ତିର ନାମ ରଖାଯାଇଛି ‘ବୃନ୍ଦାବନ’। ଅମ୍ବାନୀଙ୍କ ଡାହାଣ ହାତ କୁହାଯାଉଥିବା ମନୋଜ ମୋଦି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କମ୍ପାନୀ ସହିତ ଅଛନ୍ତି। ସେ କେବଳ ରିଲାଏନ୍ସର କର୍ମଚାରୀ ନୁହଁନ୍ତି, ମୁକେଶ ଅମ୍ବାନୀଙ୍କ ବନ୍ଧୁ ମଧ୍ୟ।
ଅମ୍ବାନୀ ପରିବାର ମନୋଜ ମୋଦିଙ୍କ ପାଇଁ ମୁମ୍ବାଇର ନେପିୟନ୍ ସି ରୋଡ୍ରେ ୨୨ ମହଲା କୋଠା କିଣିଛନ୍ତି। କହି ରଖୁଛୁ, ନେପିୟନ୍ ସି ରୋଡ୍ ମୁମ୍ବାଇର ପଶ୍ ଅଞ୍ଚଳ। ଅମ୍ବାନୀ ଗିଫ୍ଟ କରିଥିବା ଏହି କୋଠାର ମୂଲ୍ୟ ୧,୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି କୋଠା ୧.୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି।
ମନୋଜ ମୋଦି ମୁକେଶ ଅମ୍ବାନୀଙ୍କ କଲେଜ ବନ୍ଧୁ। ଅମ୍ବାନୀ ଓ ମୋଦି ଉଭୟ ସହପାଠୀ ରହିଛନ୍ତି। ଏପରି କି, ଉଭୟ ଏକାଠି ୟୁନିଭର୍ସିଟି ଡିପାର୍ଟମେଣ୍ଟ ଅଫ୍ କେମିକାଲ୍ ଟେକ୍ନୋଲୋଜିରୁ ଅଧ୍ୟୟନ କରିଛନ୍ତି। ଅଧ୍ୟୟନ ପରେ ଯେତେବେଳେ ମୁକେଶ ଅମ୍ବାନୀ ରିଲାଏନ୍ସରେ କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ମନୋଜଙ୍କୁ ମଧ୍ୟ ନିଜ ସହିତ ଡକାଇଥିଲେ। ୧୯୮୦ରୁ ମନୋଜ ମୋଦି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅଛନ୍ତି।