ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକି: କଲମାର ୨୦ଟି ଗେଟ୍ ଦେଇ ଛାଡିଲା ପାଣି

ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଆସନ୍ତା ୨୯ ତାରିଖରେ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌ ଖେଳିଛି ଛତିଶଗଡ଼ ।

ଭୁବନେଶ୍ୱର (କେନ୍ୟୁଜ): ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଆସନ୍ତା ୨୯ ତାରିଖରେ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌ ଖେଳିଛି ଛତିଶଗଡ଼ । ୨୦ଟି ଗେଟକୁ ପାଖାପାଖି ୧୦ ଇଞ୍ଚ ଯାଏଁ ଖୋଲା ରଖିଛି । ଫଳରେ ହଠାତ୍‌ ଓଡିଶାକୁ ପାଣି ଆସିବା ପରେ ଏହି ସତ ସାମ୍ନାକୁ ଆସିଛି । ଯାହାକୁ ସତ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । କଲମା ସମେତ ଚିରେଲିର ମଧ୍ୟ ୧୧ଟି ଗେଟ୍‌ ଖୋଲିଥିବା ଜଣାପଡିଛି । କଲମାର ସର୍ବୋଚ୍ଚ ଜଳସ୍ତର ୧୯୭ ମିଟର ଛୁଇଁ ସାରିଛି ।

ସେପଟେ ଝାରସୁଗୁଡା ଦେଇ ଯାଇଥିବା ଶୁଖାସୋଢାରେ ବର୍ତ୍ତମାନ ପାଣି ଦେଖା ଦେଇଛି l କିଛି ପାଣି ଧିରେ ଧିରେ ହୀରାକୁଦ ଜଲଭଣ୍ଡାରକୁ ପହଁଚିଛି । ଏବେ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୧୧ ଫୁଟ ରହିଛି l

ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ଛତିଶଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲେ । ମହାନଦୀ ଟ୍ରିବ୍ୟୁନାଲ ଆସନ୍ତା ମାସରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.