ପୁରୁଷମାନେ ୬ ଘଣ୍ଟାରୁ କମ୍‌ ସମୟ ଶୋଉଛନ୍ତି କି, ତେବେ ହୃଦୟ ପାଇଁ ହୋଇପାରେ ଏହି କ୍ଷତି

ଯଦି ପୁରୁଷମାନେ ୬ ଘଣ୍ଟାରୁ କମ୍ ସମୟ ପର୍ଯ୍ୟନ୍ତ ନିଦ ପୂରଣ କରନ୍ତି, ତେବେ ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ ।

ବର୍ତ୍ତମାନ ଦିନକୁ ଦିନ ହୃଦଘାତ ସମସ୍ୟା ବଢ଼ିବଢ଼ି ଚାଲିଛି । ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ମଧ୍ୟ ରହିଛି। ଯାହାକି ନ ଶୋଇବା ଦ୍ବାରା ହୋଇଥାଏ । ଶୋଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ଯଦି ପୁରୁଷମାନେ ୬ ଘଣ୍ଟାରୁ କମ୍ ସମୟ ପର୍ଯ୍ୟନ୍ତ ନିଦ ପୂରଣ କରନ୍ତି, ତେବେ ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ ।

ଆଜିକାଲି, ଖାଦ୍ୟ ଏବଂ ଜୀବନଶୈଳୀ ଏପରି ହୋଇଗଲାଣି ଯେ ଶରୀରରେ ଗୋଟିଏ ବା ଅନ୍ୟ ସମସ୍ୟା ଦେଖା ଯାଉଛି । ଯଦି ଶୋଇବା ଅଭାବ ଥାଏ, ତେବେ ପୁରୁଷମାନଙ୍କଠାରେ ହରମୋନର ସ୍ତର ପ୍ରାୟତ ଦ୍ରୁତ ଗତିରେ ବଢ଼ିଥାଏ। ଏହା ହୃଦୟ ସହିତ ଜଡିତ ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ, ଏହା ଇନସୁଲିନ୍ ପ୍ରତିରୋଧକୁ ମଧ୍ୟ ବଢାଇ ଥାଏ । ଆମେରିକୀୟ ହାର୍ଟ ଆସୋସିଏସନର ନିକଟରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଓଜନ ବୃଦ୍ଧି, ମେଦବହୁଳତା, ଉଚ୍ଚ ରକ୍ତଚାପ ଏସବୁ ଜିନିଷ ଯାହା ହୃଦୟର ବିପଦ ସହିତ ଜଡିତ ଥିବାବେଳେ ଏହି ରୋଗର ମୁଖ୍ୟ କାରଣ ହେଉଛି ନିଦ୍ରା ଅଭାବ । ନିଦ୍ରା ଅଭାବ ପୁରୁଷମାନଙ୍କୁ ଅସୁସ୍ଥ କରିପାରେ ।

ଶରୀର ପାଇଁ ପର୍ଯ୍ୟାପ୍ତ ନିଦ୍ରା ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କହିବାକୁ ଗଲେ ଖାସ କରି ୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି ଠିକ୍ ଭାବେ ୬ ରୁ ୮ ଘଣ୍ଟା ନିଦ ସଂପୂର୍ଣ୍ଣ ନହୁଏ, ତେବେ ବ୍ଲଡ ପ୍ରେସର୍ ମଧ୍ୟ ହେବାର ଆଶଙ୍କା ଥାଏ। ଯାହା ପାଇଁ ହାର୍ଟ ରୋଗ ହୋଇପାରେ । ତେଣୁ ସଠିକ ଜୀବନଶୈଳୀ ସହିତ ଉପଯୁକ୍ତ ମାତ୍ରାରେ ଶୋଇବା ମଧ୍ୟ ନିହାତି ଦରକାର ।

ତେବେ ଆସନ୍ତୁ ଜାଣିବା ଖରାପ ନିଦ୍ରାର ମୁଖ୍ୟ କାରଣ କ’ଣ ?

ପୁରୁଷମାନଙ୍କୁ ଠିକ୍ ପରିମାଣରେ ଖାସ କରି ଶୋଇବା ଉଚିତ୍ ମହିଳାଙ୍କ ତୁଳନାରେ । ଯେଉଁମାନେ ଅତି କମରେ ୬ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନଙ୍କର ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ, ତେଣୁ ପ୍ରାୟ ୭ ରୁ ୮ ଘଣ୍ଟା ଶୋଇବାକୁ ନିଶ୍ଚିତ କରନ୍ତୁ । ଠିକ୍ ସମୟରେ ଶୋଇ ଠିକ୍ ସମୟରେ ଉଠିବା ମଧ୍ୟ ଉଚିତ୍ । ଶୋଇବା ପୁର୍ବରୁ ମୋବାଇଲ୍ କିମ୍ବା ଲାପଟପରେ ଅଧିକ ସମୟ କାମ ନକରିବାକୁ ଚେଷ୍ଟା କରନ୍ତୁ ଏବଂ ଶୋଇବା ପୂର୍ବରୁ କଫି କିମ୍ବା ଚା ବ୍ୟବହାରରୁ ମଧ୍ୟ ଦୂରେଇ ରୁହନ୍ତୁ । ନିଦ ନ ଆସିଲେ ଶୋଇବା ପୁର୍ବରୁ ଆପଣ ଯୋଗ ମଧ୍ୟ କରି ପାରିବେ। କିମ୍ବା ଗୀତ ଶୁଣି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.