NCPର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ଅଜିତ୍‌ ପାୱାର, ଚାବି ନ ମିଳିବାରୁ ଧକ୍କା ମାରି କବାଟ ଖୋଲିଥିଲେ ଅସନ୍ତୁଷ୍ଟ କାର୍ଯ୍ୟକାର୍ତ୍ତା

ଅଜିତ୍‌ ପାୱାର ସିନ୍ଦେ ସରକାରରେ ସାମିଲ ହେବା ପରେ ଏନ୍‌ସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଦଳ ଶରଦ ପାୱାରଙ୍କର ଏବଂ ଅନ୍ୟଟି ଡେପୁଟି ସିଏମ୍‌ ଅଜିତ ପାୱାରଙ୍କର।

ଅଜିତ୍‌ ପାୱାର ସିନ୍ଦେ ସରକାରରେ ସାମିଲ ହେବା ପରେ ଏନ୍‌ସିପି ଦୁଇ ଭାଗ ହୋଇଯାଇଛି। ଗୋଟିଏ ଦଳ ଶରଦ ପାୱାରଙ୍କର ଏବଂ ଅନ୍ୟଟି ଡେପୁଟି ସିଏମ୍‌ ଅଜିତ ପାୱାରଙ୍କର।

ଏହାରି ଭିତରେ ମଙ୍ଗଳବାର ଏନ୍‌ସିପିର ନୂଆ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ଅଜିତ୍‌ ପାଓ୍ଵାର। ତେବେ ଏଥି ପୂର୍ବରୁ ବିବାଦ ଦେଖା ଦେଇଥିଲା। ଅଜିତ ପାୱାରଙ୍କ ଦଳକୁ ଅଫିସ୍‌ର ଚାବି ନ ମିଳିବାରୁ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାମାନେ ଧକ୍କା ମାରି କବାଟ ଖୋଲିଥିଲେ।

ଏନ୍‌ସିପି ନେତା ଅଜିତ୍‌ ପାଓ୍ଵାର ଦକ୍ଷିଣ ମୁମ୍ବାଇସ୍ଥିତ ନୂତନ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହା ମନ୍ତ୍ରାଳୟର ଠିକ୍‌ ସମ୍ମୁଖରେ ରହିଛି। କିନ୍ତୁ ଯେତେବେଳେ ଅଜିତ୍‌ ପାଓ୍ଵାରଙ୍କ ଦଳର ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଚାବି ମିଳି ନ ଥିଲା, ତ ସେମାନେ ରାଗି ଯାଇଥିଲେ। ଫଳରେ ଧକ୍କା ମାରି କବାଟ ଖୋଲିବାକୁ ପଡ଼ିଥିଲା।

କହି ରଖୁଛୁ, ମହାରାଷ୍ଟ୍ରରେ ହୋଇଥିବା ବଡ଼ ରାଜନୈତିକ ଅସ୍ଥିରତା ପରେ ସୋମବାର ୟୁ-ଟର୍ନର ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ଅଜିତ ପାୱାରଙ୍କୁ ସମର୍ଥନ କରିଥିବା ଦୁଇ ବିଧାୟକ ପ୍ରତ୍ୟାବର୍ତ୍ତନ କରିଥିଲେ।

ସେପଟେ ମହାରାଷ୍ଟ୍ର ରାଜନୀତିରେ ବହୁତ ଜଲ୍‌ଦି ଆସିବ ଆଉ ଏକ ଟ୍ଵିଷ୍ଟ୍‍। ଏହା କହିଛନ୍ତି ଉଦ୍ଧବ ସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ସୋମବାର ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେଙ୍କ ଜାଗାରେ ଅଜିତ ପାୱାର ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଥିଲେ କି, ଖୁବ୍‌ଶୀଘ୍ର ଏକନାଥ ସିନ୍ଦେ ଏବଂ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.