ସମଗ୍ର ଦେଶରେ ୧.୪୦ ଲକ୍ଷ କେଜି ଡ୍ରଗ୍ସ କରାଗଲା ନଷ୍ଟ, ଡିଜିଟାଲ୍‌ରେ ଯୋଡ଼ି ହୋଇ କାର୍ଯ୍ୟାନୁଷ୍ଠାନ ଦେଖିଲେ ଅମିତ୍‌ ଶାହ

ଦେଶର ବିଭିନ୍ନ ସ୍ଥାନରେ ସୋମବାର ୨,୩୮୧ କୋଟି ଟଙ୍କାର ୧.୪୦ ଲକ୍ଷ କେଜିରୁ ଅଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡିଜିଟାଲ୍‌ ମାଧ୍ୟମରେ ଉପସ୍ଥିତ ଥିଲେ।

ଦେଶର ବିଭିନ୍ନ ସ୍ଥାନରେ ସୋମବାର ୨,୩୮୧ କୋଟି ଟଙ୍କାର ୧.୪୦ ଲକ୍ଷ କେଜିରୁ ଅଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡିଜିଟାଲ୍‌ ମାଧ୍ୟମରେ ଉପସ୍ଥିତ ଥିଲେ।

ଶାହ ‘ଡ୍ରଗ୍ସ ଚୋରା ଚାଲାଣ ଏବଂ ଜାତୀୟ ସୁରକ୍ଷା’ ସମ୍ମିଳନୀରେ ଯୋଗଦେବା ବେଳେ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଏହି କାର୍ଯ୍ୟାନୁଷ୍ଠାନ ଦେଖିଥିଲେ। ସର୍ବାଧିକ ନିଶା ଦ୍ରବ୍ୟ ମଧ୍ୟ ପ୍ରଦେଶରେ ନଷ୍ଟ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ନଷ୍ଟ କରାଯାଇଥିବା ନିଶା ଦ୍ରବ୍ୟ ମଧ୍ୟରୁ ଏନ୍‌ସିବି ହାଇଦ୍ରାବାଦ ୟୁନିଟ୍ ଦ୍ୱାରା ଜବତ ୬,୫୯୦ କିଲୋଗ୍ରାମ ନିଶା ଦ୍ରବ୍ୟ ସହ ଇନ୍ଦୋର ୟୁନିଟ୍ ଦ୍ୱାରା ଜବତ ୮୨୨ କିଲୋଗ୍ରାମ ଏବଂ ଜମ୍ମୁ ୟୁନିଟ୍ ଦ୍ୱାରା ଜବତ ୩୫୬ କିଲୋଗ୍ରାମ ନିଶା ଦ୍ରବ୍ୟ ରହିଛି।

ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ଆଇନ ପ୍ରବର୍ତ୍ତନ ସଂସ୍ଥା ମଧ୍ୟ ନିଶା ଦ୍ରବ୍ୟକୁ ନଷ୍ଟ କରିଛନ୍ତି। ମଧ୍ୟ ପ୍ରଦେଶରେ ୧,୦୩,୮୮୪ କିଲୋଗ୍ରାମ, ଆସାମରେ ୧,୪୮୬ କିଲୋଗ୍ରାମ, ଚଣ୍ଡିଗଡ଼ରେ ୨୨୯ କିଲୋଗ୍ରାମ, ଗୋଆରେ ୨୫ କିଲୋଗ୍ରାମ ଏବଂ ଗୁଜରାଟରେ ୪,୨୭୭ କିଲୋଗ୍ରାମ ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି।

ସେହିପରି ହରିୟାଣାରେ ୨,୪୫୮ କିଲୋଗ୍ରାମ, ଜମ୍ମୁ-କାଶ୍ମୀରରେ ୪,୦୬୯ କିଲୋଗ୍ରାମ, ମହାରାଷ୍ଟ୍ରରେ ୧୫୯ କିଲୋଗ୍ରାମ, ତ୍ରିପୁରାରେ ୧,୮୦୩ କିଲୋଗ୍ରାମ ଏବଂ ଉତ୍ତର ପ୍ରଦେଶରେ ୪,୦୪୯ କିଲୋଗ୍ରାମ ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି।

ସୋମବାର ଏହି କାର୍ଯ୍ୟାନୁଷ୍ଠାନ ପରେ ମାତ୍ର ଏକ ବର୍ଷରେ ନଷ୍ଟ ହୋଇଥିବା ନିଶା ଦ୍ରବ୍ୟର ମୋଟ ମାତ୍ରା ବଢ଼ି ପ୍ରାୟ ୧୦ ଲକ୍ଷ କିଲୋଗ୍ରାମ ହୋଇଛି, ଯାହାର ମୂଲ୍ୟ ରହିଥିଲା ୧୨,୦୦୦ କୋଟି ଟଙ୍କା।

Leave A Reply

Your email address will not be published.