୨ ତାରିଖରେ ସୂର୍ଯ୍ୟ ଅଭିମୁଖେ ଯିବ ମହାକାଶଯାନ ଆଦିତ୍ୟ, ସୋଲାର୍ ମିଶନ ପାଇଁ ତୟାର ରହିଛି ଇସ୍ରୋ

ଇସ୍ରୋ ମୁଖ୍ୟ କହିଛନ୍ତି, ତାପୂର୍ବରୁ ରିହରସାଲ୍ ସରିଛି । ଆସନ୍ତାକାଲିଠୁ କାଉଣ୍ଟଡାଉନ୍ ଆରମ୍ଭ ହେବ । ୨ ତାରିଖ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ ସେଣ୍ଟରରୁ ୨ ତାରିଖ ସକାଳ ୧୧.୫୦ ମିନିଟରେ ଲଞ୍ଚ କରାଯିବ ଆଦିତ୍ୟ L1 ।

କେନ୍ୟୁଜ୍(ବ୍ୟୁରୋ):  ମୁନ ମିଶନର ସଫଳତା ପରେ ସନ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମଝିରେ ରହିଲେ ଆଉ ଦିନେ । ୨ ତାରିଖରେ ସୂର୍ଯ୍ୟ ଅଭିମୁଖେ ଯିବ ମହାକାଶଯାନ ଆଦିତ୍ୟ L1 । ପ୍ରଥମ ସୋଲାର୍ ମିଶନ ପାଇଁ ତୟାର ରହିଛି ଇସ୍ରୋ । ଲଞ୍ଚପ୍ୟାଡରେ ପ୍ରସ୍ତୁତ ହୋଇ ରହିଛନ୍ତି ରକେଟ ଓ ସାଟେଲାଇଟ୍ । ଇସ୍ରୋ ମୁଖ୍ୟ କହିଛନ୍ତି, ତାପୂର୍ବରୁ ରିହରସାଲ୍ ସରିଛି । ଆସନ୍ତାକାଲିଠୁ କାଉଣ୍ଟଡାଉନ୍ ଆରମ୍ଭ ହେବ । ୨ ତାରିଖ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ ସେଣ୍ଟରରୁ ୨ ତାରିଖ ସକାଳ ୧୧.୫୦ ମିନିଟରେ ଲଞ୍ଚ କରାଯିବ ଆଦିତ୍ୟ L1 । ଏହାକୁ ମହାକାଶକୁ ସାଙ୍ଗରେ ନେଇ ଯିବ PSLV-C57 ରକେଟ୍ ।

୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାରୁ ଏହାକୁ ଶହେରୁ ୧୨୦ ଦିନ ସମୟ ଲାଗିବ । ପ୍ରଥମେ ଏହା ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ହେବ। ଧୀରେ ଧୀରେ ଦୀର୍ଘ ଅଣ୍ଡାକୃତି କକ୍ଷପଥରେ ଘୂରି ଘୂରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ। ଅନବୋର୍ଡ ପ୍ରପଲସନ ଦ୍ବାରା ଏହି କାର୍ଯ୍ୟ ସଂପାଦିତ ହେବ। ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବରୁ ବାହାରକୁ ଯିବା ମାତ୍ରେ ଆଦିତ୍ୟ L1ର କ୍ରୁଜ ପର୍ଯ୍ୟାୟ ଆରମ୍ଭ ହେବ। ଏହାପରେ ଲାଗ୍ରାଞ୍ଜ ପଏଣ୍ଟ ୱାନ ଚତୁଃପାର୍ଶ୍ବରେ ଥିବା ବିଶାଳ ହଲୋ ଅର୍ବିଟକୁ ଆଦିତ୍ୟ L1କୁ ପ୍ରେରଣ କରାଯିବ। ଏଥିରେ ରହିଛି ୭ଟି ପେଲୋଡ। ୪ଟି ପେଲୋଡ଼ ସୂର୍ଯ୍ୟଙ୍କ ଆଡ଼କୁ ସିଧା ମୁହଁ କରି ରହିବ।

ଅନ୍ୟ ୩ଟି ପେଲୋଡ଼ ସୂର୍ଯ୍ୟର କଣିକା ଓ କ୍ଷେତ୍ର ଉପରେ ଅଧ୍ୟୟନ କରିବେ। ସୌର ବାୟୁମଣ୍ଡଳର କପଲିଂ ଓ ଡାଇନାମିକ୍ସ, ସୋଲାର ୱିଣ୍ଡ ଡିଷ୍ଟିବୁସନ ଓ ଆନିସୋଟ୍ରୋପି, କରୋନାଲ ମାସ ଇଜେକ୍ସନ ବା CME , ସୂର୍ଯ୍ୟ କିରଣ ଏବଂ ପୃଥିବୀ ନିକଟରେ ମହାକାଶୀୟ ପାଣିପାଗ ଉପରେ ଅଧ୍ୟୟନ କରିବ ଆଦିତ୍ୟ ଏଲ-୧ ।

Leave A Reply

Your email address will not be published.