ଶ୍ରମିକଙ୍କ ଆକାଉଣ୍ଟକୁ ହଠାତ୍ ଆସିଲା ୨୦୦ କୋଟି, ବ୍ୟକ୍ତିଙ୍କୁ ସୂଚନା ଦେଲା ପୋଲିସ
ହରିୟାଣାର ଦାଦ୍ରି ଜିଲ୍ଲାର ବେର୍ଲା ଗାଁରେ ରହୁଥିବା ବିକ୍ରମଙ୍କ ଆକାଉଣ୍ଟରେ ୨୦୦ କୋଟି ଟଙ୍କା ଆସିଥିଲା । କିନ୍ତୁ ଏହି ଟଙ୍କା କେଉଁଠୁ ଆସିଛି ସେ ଜାଣି ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିବା ପରେ ସମଗ୍ର ପରିବାରର ଅବସ୍ଥା ବିଗିଡି ଯାଇଥିଲା ।
କୋଟିଏ କି ଦୁଇ କୋଟି ନୁହେଁ ଜଣେ ଦିନ ମଜୁରିଆଙ୍କ ଆକାଉଣ୍ଟକୁ ଆସିଲା ଏକା ଥରେ ୨୦୦ କୋଟି । କଣ କରିବେ କଣ ନାହିଁ କିଛି ବୁଝି ପାରିଲେନି ବ୍ୟକ୍ତି ଜଣଙ୍କ । ତେବେ ଦର୍ଶକ ବନ୍ଧୁ ଆପଣଙ୍କ ସହ ଯଦି ଏପରି ହେବ ଆପଣ କଣ କରିବେ । ଆପଣଙ୍କ ଆକାଉଣ୍ଟରେ ଏଭଳି କୋଟି କୋଟି ଟଙ୍କା ଆସିଲେ ଆପଣଙ୍କ ହୋସ ଉଡ଼ିଯିବ ନିଶ୍ଚିତ । ଆପଣ ଏହାକୁ ସହଜରେ ବିଶ୍ୱାସ କରି ପାରିବେନି । ତେବେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ହରିୟାଣାରେ ରହୁଥିବା ଜଣେ ଶ୍ରମିକଙ୍କ ସହ ଘଟିଛି । ଜଣେ ଅଷ୍ଟମ ପାସ୍ ଶ୍ରମିକଙ୍କ ଆକାଉଣ୍ଟରେ ହଠାତ୍ ୨୦୦କୋଟି ଟଙ୍କା ଆସିଥିଲା, ବ୍ୟକ୍ତି ଜଣକ ଏହା ଜାଣିବା ମାତ୍ରେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ହରିୟାଣାର ଦାଦ୍ରି ଜିଲ୍ଲାର ବେର୍ଲା ଗାଁରେ ରହୁଥିବା ବିକ୍ରମଙ୍କ ଆକାଉଣ୍ଟରେ ୨୦୦ କୋଟି ଟଙ୍କା ଆସିଥିଲା । କିନ୍ତୁ ଏହି ଟଙ୍କା କେଉଁଠୁ ଆସିଛି ସେ ଜାଣି ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିବା ପରେ ସମଗ୍ର ପରିବାରର ଅବସ୍ଥା ବିଗିଡି ଯାଇଥିଲା, ୟୁପି ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ପରିବାର ଲୋକେ ହରିୟାଣା ପୋଲିସ ନିକଟରେ ଅଭିଯୋଗ କରି ସାହାଯ୍ୟ ମାଗିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ସେମାନଙ୍କ ସହ ବଡ ଧରଣର ଫ୍ରଡ ହୋଇଛି ।
ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ବିକ୍ରମ ଟଙ୍କା ବିଷୟରେ କିଛି ଜାଣି ନଥିବା ବେଳେ ପୋଲିସଠାରୁ ଏହି ବିଷୟରେ ସୂଚନା ପାଇଥିଲେ । ହଠାତ୍ ପୋଲିସ ବିକ୍ରମଙ୍କ ଘରେ ପହଞ୍ଚି ତାଙ୍କୁ ପଚରାଉଚୁରା ଆରମ୍ଭ କରିଥିଲା । ତାଙ୍କ ଆକାଉଣ୍ଟରେ ୨୦୦ କୋଟି ଟଙ୍କା କିପରି ଆସିଲା ବୋଲି ପୋଲିସ ତାଙ୍କୁ ପଚାରିଥିଲା । ଏହା ଶୁଣି ବିକ୍ରମ ଏବଂ ତାଙ୍କ ପରିବାର ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେମାନେ ପୋଲିସକୁ କହିଥିଲେ ଯେ ସେମାନଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ସେ ବିଷୟରେ ସେମାନେ କିଛି ବି ଜାଣି ନାହାନ୍ତି । ଏହା ପରେ ପୋଲିସ ପରିବାରର ସମସ୍ତଙ୍କ ବୟାନ ରେକର୍ଡ କରିଥିଲା ।
ବର୍ତ୍ତମାନ ବ୍ୟାଙ୍କ ଏହି ଆକାଉଣ୍ଟକୁ ଫ୍ରିଜ୍ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ବିକ୍ରମଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି ଟ୍ରାନ୍ସଫର ହୋଇଛି ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ବିକ୍ରମ ସମସ୍ତ ଉପରିସ୍ଥ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି । ଏହି ଖବର ବର୍ତ୍ତମାନ ସମଗ୍ର ଅଞ୍ଚଳରେ ବ୍ୟାପିବାରେ ଲାଗିଛି ।