ଘୋଷଣା ହେଲା ୫୪ତମ ଇଣ୍ଡିଆନ ପାନାରୋମା ୨୦୨୩, ମନୋନୀତ ହେଲା ଓଡ଼ିଆ ସିନେମା ‘ଦ ସି ଆଣ୍ଡ ସେଭେନ ଭିଲେଜ’

ବିଭିନ୍ନ ବିଭାଗରେ ଭାରତରୁ ୨୫ ଟି ଫିଚର ଏବଂ ୨୦ ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହେଇଛି । ଏହାର ଉଦ୍ଘାଟନୀ ରେ ଫିଚର ବିଭାଗରେ ମାଲୟଲମ ଫିଲ୍ମ ଆଟମ ଥିବାବେଳେ ନନ ଫିଚର ବିଭାଗରୁ ଆଣ୍ଡ୍ରୋ ଡ୍ରିମସ ମଣିପୁରୀ ଚଳଚିତ୍ରକୁ ପ୍ରଦର୍ଶିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହୋଇଛି ୫୪ତମ ଇଣ୍ଡିଆନ ପାନାରୋମା ୨୦୨୩ । ଏଥିରେ ବିଭିନ୍ନ ବିଭାଗରେ ଭାରତରୁ ୨୫ ଟି ଫିଚର ଏବଂ ୨୦ ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହେଇଛି । ଏହାର ଉଦ୍ଘାଟନୀ ରେ ଫିଚର ବିଭାଗରେ ମାଲୟଲମ ଫିଲ୍ମ ଆଟମ ଥିବାବେଳେ ନନ ଫିଚର ବିଭାଗରୁ ଆଣ୍ଡ୍ରୋ ଡ୍ରିମସ ମଣିପୁରୀ ଚଳଚିତ୍ରକୁ ପ୍ରଦର୍ଶିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । କିଟ କିସର ପ୍ରତିଷ୍ଠିତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଓଡିଶାର ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଓ ଡକ୍ଟର ଇତି ସାମନ୍ତଙ୍କ ପ୍ରଯୋଜିତ ତଥା କାଦମ୍ବିନୀ ମିଡିଆ ଦ୍ଵାରା ପ୍ରସ୍ତୁତ ସିନେମା ‘ଦ ସି ଆଣ୍ଡ ସେଭେନ ଭିଲେଜ’ ମଧ୍ୟ ନନ ଫିଚର ଫିଲ୍ମ ବିଭାଗରେ ମନୋନୀତ ହେଇଛି ।

ଏହି ବିଭାଗରେ ସାରା ଭାରତରେ ୨୦ ଟି ସିନେମା ସ୍ଥାନ ପାଇଛି। ସେଥି ମଧ୍ୟରୁ ‘ସି ଆଣ୍ଡ ସେଭେନ ଭିଲେଜ’ ଅନ୍ୟତମ ।ପୂର୍ବରୁ ଏହି ସିନେମାଟି ଦେଶ ବିଦେଶର ଅନେକ ଚଳଚିତ୍ର ଉତ୍ସବରେ ସ୍ଥାନ ପାଇ ସଫଳତା ସାଉଁଟିଛି।  ସେଥିମଧ୍ୟରୁ କେରଳ ଫିଲ୍ମ ଫେଷ୍ଟିଭାଲ, ଜାଗରଣ ଫିଲ୍ମ ଫେଷ୍ଟିଭାଲ,ୟୁ ଏସର ଲେନ ଡକ ଫିଲ୍ମ ଫେଷ୍ଟିଭାଲ, ୨୫ ତମ ମଦୁରାଇ ଇଣ୍ଟରନେସନଲ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଫେଷ୍ଟିଭାଲ ,୧୦ମ ସିଲିଗୁଡି ସର୍ଟ ଆଣ୍ଡ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ଅନ୍ୟତମ ।

Leave A Reply

Your email address will not be published.